୨୦୨୦ ଫେବୃୟାରୀରେ ବିଜେପିକୁ ମିଳିପାରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ !

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ନୂଆ ବର୍ଷରେ ବିଜେପିକୁ ମିଳିପାରେ ନୂଆ ମାଙ୍ଗୁଆଲ। ନୂତନ ବର୍ଷ ଫେବୃୟାରୀ ମାସରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବା ସମ୍ଭାବନା ରହିଛି। ମାସାଧିକ କାଳ ଯାଏ ଚାଲିବାକୁ ଥିବା ସଂଗଠନ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଅଧ୍ୟକ୍ଷ ନିର୍ବାଚନ ହେବ। ଏ ଅବସରରେ କିଛି ରାଜ୍ୟରେ ଦଳର ନୂଆ ଅଧ୍ୟକ୍ଷ ମଧ୍ୟ ନିର୍ବାଚିତ କରାଯିବ। ମିଳିଥିବା ସୂଚନା ଅନୁସାରେ ନିକଟରେ ଯେଉଁ ରାଜ୍ୟର ଅଧ୍ୟକ୍ଷ ନିର୍ବାଚନ ସରିଛି, ସେଠାରେ ପରିବର୍ତ୍ତନ ସମ୍ଭାବନା ଖୁବ୍ କମ୍।

ସୂଚନାଯୋଗ୍ୟ ଯେ,ବିହାର, ରାଜସ୍ଥାନ ଓ କର୍ଣ୍ଣାଟକରେ ନୂଆ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି।ହେଲେ ଅନ୍ୟ ରାଜ୍ୟରେ ନୂଆ ନିଯୁକ୍ତି ପ୍ରକ୍ରିୟା ଆସନ୍ତା ୧୫ ଜାନୁୟାରୀରୁ ଆରମ୍ଭ ହେବ। ଦଳର ପରମ୍ପରା ଅନୁସାରେ ରାଜ୍ୟ ସଭାପତି ନିର୍ବାଚନ ସର୍ବସମ୍ମତିରେ କରାଯିବ। ବିଜେପିର ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସବୁ ରାଜ୍ୟରେ ଅଧାରୁ ଅଧିକ ସାଙ୍ଗଠନିକ ନିର୍ବାଚନ ଶେଷ ହେବା ଆବଶ୍ୟକ।