ନବନୀତା ବ୍ୟୁରୋ। ନାଲକୋର ନୂଆ ସିଏମଡି ଭାବେ ଦାୟିତ୍ଵ ନେଲେ ଶ୍ରୀଧର ପାତ୍ର। ବିତ୍ତ ନିର୍ଦ୍ଦେଶକ ଥିବା ଶ୍ରୀଧର ଡିସେମ୍ବର ୧ ତାରିଖରୁ ଏହି ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି। ନଭେମ୍ବର ମାସରେ ତପନ କୁମାର ଚାନ୍ଦଙ୍କ ଅବସର ପରେ ଶ୍ରୀଧର ପାତ୍ର ନାଲକୋର ସିଏମଡି ଭାବେ ଦାୟିତ୍ଵ ନେଇଛନ୍ତି।
ଶ୍ରୀଧର ପାତ୍ର ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି। ବିଶେଷ କରି ଖଣି, ଧାତୁ, ଶକ୍ତି ଓ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗରେ ତାଙ୍କର ଢେର୍ ଅଭିଜ୍ଞତା ରହିଛି।
ଏଥିସହ ପିଏସୟୁ କମ୍ପାନୀ ଯଥା ଓଡ଼ିଶା ଖଣି ନିଗମ, ଇଣ୍ଡିଆନ୍ ରେଆର ଅର୍ଥ ଲିମିଟେଡ ଓ ମାଙ୍ଗାଲୋର ରିଫାଇନାରି ଏବଂ ପେଟ୍ରୋକେମିକାଲ କମ୍ପାନୀରେ କାର୍ଯ୍ୟ କରି ବହୁମୂଲ୍ୟ ଅଭିଜ୍ଞତା ଆହରଣ କରିଛନ୍ତି। ଏବେ ତାଙ୍କ ତତ୍ତ୍ଵାବଧାନରେ ନାଲକୋର ବିକାଶ ଓ ବୃଦ୍ଧି କାର୍ଯ୍ୟ ଆଗେଇ ନେବେ ଶ୍ରୀ ପାତ୍ର।
ନାଲକୋ ପୂର୍ବରୁ ଶ୍ରୀଧର ପାତ୍ର ଟିଏଚଡିସି ଇଣ୍ଡିଆ ଲିମିଟେଡ କମ୍ପାନୀରେ ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ସେ। ଶ୍ରୀ ପାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ବିଦ୍ୟା ସାଗର ବିଶ୍ଵବିଦ୍ୟାଳୟରୁ ଏମବିଏ ଏଚ୍ଆରଡି ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ପିଏସୟୁ କମ୍ପାନୀରେ ସଫଳତାର ସହ କାର୍ଯ୍ୟ କରି ଆସୁଛନ୍ତି।
