ନବନୀତା ବ୍ୟୁରୋ। ଭୂଷଣ ଷ୍ଟିଲର ପୂର୍ବତନ ସିଏମଡି ସଂଜୟ ସିଂହଲ ଗିରଫ। ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଂଜୟଙ୍କୁ ଗିରଫ କରିଛି । ଗତ ମାସ ୧୨ ତାରିଖରେ ଓଡ଼ିଶାରେ ଭୂଷଣ ଷ୍ଟିଲର ପାଖାପାଖି ୪୦୨୫ କୋଟି ଟଙ୍କାର ଜମି, ପ୍ଲଟ ଓ ମେସିନ ଜବତ କରିଥିଲା ଇଡି। ତେବେ ଏ ମାମଲା ବ୍ୟାଙ୍କ ସହ ଜାଲିୟାତି କରି ବ୍ୟାପକ ଟଙ୍କା ହେରଫେର କରାଯାଇଥିବା ଜଣାପଡିଥିଲା। ତେଣୁ ଗତ ଏପ୍ରିଲ ମାସରେ ଭୂଷଣ ଷ୍ଟିଲ ଓ ପାୱାର ପ୍ଲାଣ୍ଟ ବିରୋଧରେ ସିବିଆଇ ପକ୍ଷରୁ ପୃଥକ୍ ପୃଥକ୍ ବ୍ୟାଙ୍କରେ ୨୩୪୮ କୋଟି ଟଙ୍କାର ଋଣ ଜାଲିଆତି ମାମଲାର ମାମଲା ରୁଜୁ କରିଥିଲା। ଏହି ଟଙ୍କାକୁ ଭୂଷଣ ଷ୍ଟିଲ ବିଭିନ୍ନ କମ୍ପାନୀରେ ଲଗାଇଥିଲା।
ଗତ ୨୦୦୭ ରୁ ୨୦୧୪ ପର୍ଯ୍ୟନ୍ତ ୩୩ଟି ଅଲଗା ଅଲଗା ସଂସ୍ଥାରୁ ୪୭୦୨୪ କୋଟି ଟଙ୍କାର ଋଣ ନେଇ ତାକୁ ଠିକ୍ ଭାବେ ବିନିଯୋଗ ନ କରି ଠକା ଯାଇଥିଲା। ଏନେଇ ସିବିଆଇ ପକ୍ଷରୁ ମାମଲା ରୁଜୁ କରିଥିବା ବେଳେ ଏବେ ଟଙ୍କା ହେରଫେର ନେଇ ଇଡି ଏହି କେସର ଯାଞ୍ଚ୍ ଚଳାଇଛି।
