ଏମର୍ଜିଂ ଏସିଆ କପ୍ ଜିତିଲା ଭାରତୀୟ ମହିଳା ଟିମ୍

ଖେଳଦେଶ ଓ ବିଦେଶ

ନବନୀତା ବ୍ୟୁରୋ। ଏମର୍ଜିଂ ଏସିଆ କପ୍ ୨୦୧୯ ଜିତିଲା ଭାରତୀୟ ମହିଳା କ୍ରିକେଟ ଟିମ୍। ଡକୱର୍ଥ ଲୁଇସ୍ ନିୟମ ଆଧାରରେ ଶ୍ରୀଲଙ୍କା ଟିମକୁ ୧୪ ରନରେ ପରାସ୍ତ କରି ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ।

ଭାରତୀୟ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ବିନିମୟରେ ୧୭୫ ରନ୍ ସଂଗ୍ରହ କରିଥିଲା। ହେଲେ ବର୍ଷା କାରଣରୁ ୨୫ ଓଭର କାଟି ଶ୍ରୀଲଙ୍କା ଟିମକୁ ୩୫ ଓଭରରେ ୧୫୦ ରନର ଟାର୍ଗେଟ ଦିଆଯାଇଥିଲା। ଜବାବରେ ଘରୋଇ ଦଳ ୩୪.୩ ଓଭରରେ ୧୫୦ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଦେବିକା ବୈଦ୍ୟ ଓ ତନୁଜା କମ୍ବର୍ ୪ ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

ସୂଚନା ଅନୁସାରେ ଏମର୍ଜିଂ ଏସିଆ କପରେ ଭାରତୀୟ ଦଳ କୌଣସି ବି ମ୍ୟାଚ ହାରି ନି। ବାଂଲାଦେଶ ବିପକ୍ଷ ମ୍ୟାଚ ରଦ୍ଦ ହୋଇଯାଇଥିଲା। ଏହାପରେ ଭାରତୀୟ ମହିଳା ଟିମ୍ ଶ୍ରୀଲଙ୍କା ଓ ପାକିସ୍ତାନ ଦଳକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଜାଗା ପକ୍କା କରିଥିଲା।