ନବନୀତା ବ୍ୟୁରୋ। ଅତିରିକ୍ତ କଣ୍ଟିଜେନସୀ ଫଣ୍ଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ୫୮୭ ଥାନା ଲାଗି ବାର୍ଷିକ ୧୭ କୋଟି ୫୦ ଲକ୍ଷ ଟଙ୍କାର ଅତିରିକ୍ତ ଫଣ୍ଡ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଫଳରେ ଅଧିକ ଦକ୍ଷତାର ସହିତ ଲୋକଙ୍କୁ ଉନ୍ନତ ସେବା ଯୋଗାଇବାରେ ଥାନା ଗୁଡ଼ିକ ସହାୟକ ହୋଇପାରିବ।

ଭୁବନେଶ୍ୱର- କଟକ ପୋଲିସ କମିସନରେଟ ଅନ୍ତର୍ଗତ ସମସ୍ତ ୪୪ ଟି ଥାନା ଲାଗି ପ୍ରତି ମାସ ୪୦ ହଜାର ଟଙ୍କା, ୧୪୨ ସହରାଞ୍ଚଳ ଥାନା ଲାଗି ୩୦ ହଜାର, ୩୫୧ ଟି ଗ୍ରାମାଞ୍ଚଳ ଥାନା ଲାଗି ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି।
ଏଥିସହିତ ୪ ମହିଳା ଥାନା, ୫ ଟ୍ରାଫିକ ଥାନା, ୧୫ ରେଳବାଇ ଥାନା, ୪ ସାଇବର୍ ଥାନା ଏବଂ ଗୋଟିଏ କ୍ରାଇମ ବ୍ରାଞ୍ଚ ଥାନା ଲାଗି ୩୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ସେହିପରି ରାଜ୍ୟର ଉପକୂଳରେ ଥିବା ୧୮ ସାମୁଦ୍ରିକ ଥାନା ଲାଗି ୨୦ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।
