ଯାଜପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଆରା ଜନ୍ମଦିନ ପାଳନ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହ ଅନାଥାଶ୍ରମର ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି ଦଳର ନେତା ଓ କର୍ମୀ।

ଯାଜପୁରରେ ବିଧାୟକ ପ୍ରଣବ ପ୍ରକାଶ ଦାସ ମା ବିରଜାଙ୍କ ନିକଟରେ ପୂଜା କରିଛନ୍ତି। ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟର ରାଜା, ଓଡ଼ିଶାର ଅପରାଜେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଜନ୍ମଦିନରେ ହୃଦୟଭରା ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ମା ଵିରଜାଙ୍କ ନିକଟରେ ତାଙ୍କ ଦୀର୍ଘ ଓ ନିରାମୟ ଜୀବନର କାମନା କରିଛନ୍ତି ପ୍ରଣବ।

ପରେ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ଵରେ ବିରଜା ରିଂରୋଡରେ ବୃକ୍ଷ ରୋପଣ , ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ତାସହ ବାଳାଶ୍ରମର ଅନ୍ତବାସୀମାନଙ୍କୁ ମିଷ୍ଟାନ୍ନ, ପୋଷାକ ପତ୍ର ବଣ୍ଟନ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଜିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଭାବେ ମହିଳାମାନଙ୍କ ଦ୍ଵାରା ସାମୁହିକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଅନେକ ମହିଳା ସାମିଲ ହୋଇ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୩ ବର୍ଷ ପୂରଣ କରି ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ତେବେ ଫନି ବାତ୍ୟା ଯୋଗୁଁ ନିରାଡମ୍ବର ଭାବେ ଜନ୍ମଦିନ ପାଳନ କରିବାକୁ ପରାମର୍ଶ ଦେଇଥିଲେ ନବୀନ। ଦଳର ମନ୍ତ୍ରୀ, ସାଂସଦ, ବିଧାୟକ, ନେତା କର୍ମୀଙ୍କୁ ନବୀନ ନିବାସ ନ ଆସି ଅନାଥାଶ୍ରମର ଅନ୍ତେବାସୀଙ୍କ ସହ ପାଳନ କରିବାକୁ ଶୁଭେଛୁ ମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।