ଏନଏନଏନ୍ ବ୍ୟୁରୋ, ଭୁବନେଶ୍ୱର । ଓଡ଼ିିଶାର କଳା ସଂସ୍କୃତିର ପ୍ରଚାର ପାଇଁ ଅଭିନବ ଉଦ୍ୟମ । ଖୁବଶୀଘ୍ର ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ ଓଡ଼ିଶାର କଳା ଓ ସଂସ୍କୃତି । ଏଳ୍ସପ୍ରେସର ଡବାଗୁଡ଼ିକର ବାହ୍ୟ ପାଶ୍ୱର୍ରେ ଓଡ଼ିିଶାର ପଟ୍ଟଚିତ୍ର, ପର୍ଯ୍ୟଟନ ସ୍ଥଳ ଓ ଓଡ଼ିିଶାର ପ୍ରସିଦ୍ଧ ଶାସ୍ତ୍ରୀୟ ଓ ଲୋକନୃତ୍ୟରେ ଅଙ୍କିତ କରାଯାଉଛି । ଏଥିପାଇଁ ଜୋରସୋରରେ କାର୍ଯ୍ୟ ଆଗେଇ ଚାଲିଛି । ରାଜଧାନୀ ଏକ୍ସପ୍ରେସକୁ ଓଡ଼ି଼ିଶାର କଳା ସଂସ୍କୃତିର ଏକ୍ସପ୍ରେସରେ ରୂପାନ୍ତଋଣ ଲାଗି କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଚଳିତ ମାସ ଶେଷ ସୁଦ୍ଧା ସାରିବାକୁ ଆଶା କରାଯାଉଛି ।
ଏହି ନୂତନ ରୂପରେ ସଜ୍ଜିତ ରାଜଧାନୀ ଏକ୍ସପ୍ରେସକୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଲୋକାର୍ପିତ ହେବାର ଯୋଜାନ ରହିଛି । ଏହାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଚ୍ଚି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି ।
ରାଜଧାନୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ବାହାରି ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀରେ ପହଞ୍ଚିଥାଏ । ତେବେ ଏହି ଏକ୍ସପ୍ରେସ୍କୁ ଓଡ଼ିଶାର କଳା ଓ ସଂସ୍କୃତିର ଏକ୍ସପ୍ରେସ୍ରେ ରୂପାନ୍ତରିତ କରିବା ପାଇଁ କିଛି ଦିନ ତଳେ ପୂର୍ବତଟ ରେଳବାଇ ଏବଂ ନବରତ୍ନ ନାଲ୍କୋ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ରେଳବାଇ ମନ୍ତ୍ରାଳୟ ଏହାକୁ ମଂଜୁରୀ ଦେଇଥିଲା ।
