ନବନୀତା ବ୍ୟୁରୋ । ପୁଣି ବୁଡ଼ିଲା ଡଙ୍ଗା । ଆନ୍ଧ୍ରପ୍ରଦେଶ ଗୋଦାବରୀରେ ଡଙ୍ଗା ଓଲଟି ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଯାତ୍ରୀ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ରବିବାର ଦ୍ୱିପହରରେ ଗୋଦାବରୀ ନଦୀରେ ଏକ ଯାତ୍ରୀବାହୀ ଡଂଗା ଓଲଟି ଦୁର୍ଘଟଣା ଘଟିଛି । ଡଙ୍ଗାରେ ୬୧ ଜଣ ଯାତ୍ରୀ ଥିଲେ । ଗତ କିଛି ଦିନ ହେଲା ଗୋଦାବରୀ ନଦୀ ପୁରା ଅଶାନ୍ତ ହୋଇ ପଡିଛି । ତେବେ ରବିବାର ଦ୍ୱିପହରରେ ଏକ ଯାତ୍ରୀବାହି ଡଙ୍ଗା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଙ୍କିଛି । ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଅନୁକଂପାରାଶି ଦେବାକୁ ଘୋଷଣା କରିଛନ୍ତି । ଏଥିସହ ଘଟଣାର ତଦନ୍ତ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତୁରନ୍ତ ଡଙ୍ଗା ପରିଚାଳନା ଉପରେ ରୋକ ଲଗାଇବା ସହ ସବୁ ଡଙ୍ଗାର ଲାଇସେନ୍ସ ଚେକ୍ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଡଂଗା ବୁଡ଼ି ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ଘଟଣାରେ ମର୍ମାହତ ହେବା ସହ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଗୋଦାବରୀରେ ଓଲଟିଲା ଡଙ୍ଗା, ୧୧ ମୃତ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
