ନବନୀତା, ଭୁବନେଶ୍ୱର/ଦିଲ୍ଲୀ: ଯାନ୍ତ୍ରିକ ତୃଟି ଯୋଗୁଁ ଟେକ୍ ଅପ୍ କରି ପାରିଲାନି ବିମାନ । ନାଗପୁରରୁ ଦିଲ୍ଲୀ ଆସୁଥିବା ଇଣ୍ଡିଗୋ ବିମାନ ୬ଇ- ୬୩୬ର ଗଂଭୀର ଯାତ୍ରୀକ ତୃଟି ଯୋଗୁଁ ରନୱେରୁ ଫେରାଇ ଦିଆଯାଇଛି । ଫଳରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ଏହି ବିମାନରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଥିବା ଜଣା ପଡିଛି ।
ସୂଚନା ଅନୁସାରେ, ଇଣ୍ଡିଗୋର ୬ଇ ୬୩୬ ବିମାନ ନାଗପୁରରୁ ଦିଲ୍ଲୀକୁ ଆସୁଥିଲା । ହେଲେ ଯାତ୍ରୀକ ତୃଟି ଜଣା ପଡିବାରୁ ପାଇଲଟ ବିମାନକୁ ଟେକଅପ୍ ନ କରିବାକୁ ନିଷ୍ପତି ନେଇଥିଲେ । ପରେ ବିମାନକୁ ରନୱେରୁ ଫେରାଇ ଦିଆଯାଇଥିଲା । ପାଇଲଟ ବିମାନକୁ ଦ୍ୱିତୀୟ ଥର ଟେକ୍ ଅପ୍ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ସେଥିରେ ମଧ୍ୟ ଅସଫଳ ହୋଇଥିଲେ । ବିମାନଟି ସକାଳର ୭.୫୦ଟାରେ ଉଡାଣ ଆରମ୍ଭ କରି ୯.୩୫ ମିନିଟରେ ଦିଲ୍ଲୀ ପହଂଚିବାର ଥିଲା । ନାଗପୁର ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀ ବିଜୟ ମୁଲେକର କହିଛନ୍ତି, ଯାନ୍ତ୍ରିକ ତୃଟି କାରଣରୁ ବିମାନ ଉଡାଣରେ ସମସ୍ୟା ଦେଖା ଦେଇଛି । ବିମାନରେ ୧୫୯ ଯାତ୍ରୀ ଥିଲେ ।
ଯାନ୍ତ୍ରିକ ତୃଟି ଲାଗି ରନୱେରୁ ଫେରିଲା ଇଣ୍ଡିଗୋ ବିମାନ
