ନବନୀତା, ଭୁବନେଶ୍ୱର/ଦିଲ୍ଲୀ: ୩ ସଂଦିଗ୍ଧ ପାକିସ୍ତାନୀ ଦଲାଲ ଗିରଫ । ଭାରତୀୟ ସୈିନିକ କ୍ୟାଂପ ଉପରେ ଗୁପ୍ତଚର କାମ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ହରିୟାଣା ହିସାରରେ ଏହି ୩ ସନ୍ଦିଗ୍ୱ ଦଲାଲଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ଖାଲିଦ, ମୁଜାଫରନଗରର ମହତାବ ଓ ରାଗିବ । ଏଥିସହ ସେମାନଙ୍କ ନିକଟରୁ ମୋବାଇଲ ଜବତ କରାଯାଇଛି । ସେଥିରେ ଅନେକ ଭିଡିଓ କ୍ଲିପ୍ ମିଳିଛି । ଯେଉଁଥିରେ ଯବାନଙ୍କ ଶିବିର, ସୈନିକଙ୍କ ଫଟୋ ସହ ଭିଡ଼ିଓ ମଧ୍ୟ ରହିଛି । ଗିରଫ ତିନି ଜଣଙ୍କୁ ପଚରାଉଚରା ଚାଲିଛି ।
ସୂଚନା ଅନୁସାରେ ସୈନ୍ୟ କ୍ୟାଂପରେ ତିନି ଦିନ ହେଲା ନିର୍ମାଣ କାର୍ଯ୍ୟ ଚାଲିଛି । ସେଥିପାଇଁ ଠିକାଦାର ବାହାରରୁ ଶ୍ରମିକ ଆଣି ଏଠାରେ ନିୟୋଜିତ କରୁଛନ୍ତି । ଗିରଫ ୩ ସନ୍ଦିଗ୍ଦଙ୍କୁ ମଧ୍ୟ ଠିକାଦାର ଉକ୍ତ କ୍ୟାଂପକୁ ପଠାଇଥିଲେ । ତେବେ ସଂଦେହ ହେବାରୁ ଏମାନଙ୍କ ଗତିବିଧି ଉପରେ ତଦନ୍ତ ସଂସ୍ଥା ନଜର ରଖିଥିଲା । ଏବଂ ଶେଷରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା । ତାଙ୍କ ନିକଟରୁ ମିଳିଥିବା ମୋବାଇଲ ଫୋନରେ ଅନେକ ଭିଡିଓ କ୍ଲିପ ଉଠାଯାଇଛି । ଏଥିସହ ଜୁଲାଇ ମାସ ପ୍ରଥମରୁ ୱାଟସଆପ୍ରେ ପାକିସ୍ତାନ ଦେଶକୁ ଫୋନ ମଧ୍ୟ କରାଯାଇଥିବା ଜଣାପଡ଼ିଛି ।
ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ହିସାର ଅତି ସମ୍ବେଦନଶୀଳ ସହର । ତେଣୁ ଏଠାରେ ସେନାର କ୍ୟାଂପ ସହ ବିଏସଏଫର ଶିବିର ମଧ୍ୟ ରହିଛି । ଏଥିସହ ଏଠାରୁ ଶହେ କିଲୋମିଟର ଦୂରରେ ସିରସାରେ ଏୟାରଫୋର୍ସର ଏୟାରବେସ ଷ୍ଟେସନ ନିର୍ମାଣ ହୋଇଛି । ପୂର୍ବରୁ ମଧ୍ୟ ଏଠାରୁ ପାକିସ୍ତାନକୁ ଅନେକ ଗୁପ୍ତ ତଥ୍ୟ ପଠାଯାଉଛି । ତେଣୁ ଏଠାରେ ସ୍ଥାନୀୟ ପୋଲିସ ସହ ସିଆଇଡି, ଆଇବି ଏବଂ ସେନାର ତଦନ୍ତ ସଂସ୍ଥା ସବୁବେଳେ ସତର୍କ ରହିଛି ।
୩ ସଂଦିଗ୍ଧ ପାକିସ୍ତାନୀ ଦଲାଲ ଗିରଫ
