ନିଖୋଜ କଫି ଟାଇଚୁନ ବିଜି ସିଦ୍ଧାର୍ଥଙ୍କ ମିଳିଲା ମୃତଦେହ

ଅପରାଧଦେଶ ଓ ବିଦେଶବଡ଼ ଖବର

ବନୀତା, ଭୁବନେଶ୍ୱର/ଦିଲ୍ଲୀ: ନିଖୋଜ ସିସିଡି ମାଲିକର ମିଳିଲା ମୃତଦେହ । ନିଖୋଜ ହେବାର ୩୬ ଘଂଟା ପରେ ସିସିଡି ମାଲିକ ବିଜି ସିଦ୍ଧା ର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ସିଦ୍ଧାର୍ଥଙ୍କ ମୃତଦେହ ମଂଗାଳୁର ହୈଜି ବଜାର ନିକଟସ୍ଥ ନେତ୍ରାବତୀ ନଦୀ କୂଳରୁ ଉଦ୍ଧାର କରାଯାଇଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ୍ କୃଷ୍ଣାଙ୍କ ଜ୍ୱାଇଁ ତଥା କଫି ଟାଇଚୁନ ନାଁରେ ପରିଚିତ ଥିଲେ ବିଜି ସିଦ୍ଧାର୍ଥ । ମଂଗାଲୁର ପୋଲିସ ଅଧୀକ୍ଷକ ସଂଦୀପ ପାଟିଲଙ୍କ କହିବା ଅନୁସାରେ, ବୁଧବାର ସକାଳେ ଏକ ମୃତଦେହ ମିଳିଥିଲା । ଶବ ଚିହ୍ନଟ ଲାଗି ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ମୃତଦେହକୁ ୱେନଲାକ ମେଡ଼ିକାଲକୁ ସ୍ଥାନାନ୍ତରିତ କରିବା ସହ ଘଟଣାର ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ୩୬ ଘଂଟା ପୂର୍ବରୁ ସିଦ୍ଧାର୍ଥ ନିଖୋଜ ଥିଲେ ।

ଏହା ପୂର୍ବରୁ ତାଙ୍କ ମୋବାଇଲକୁ ଆୟକର ବିଭାଗର ଏକାଧିକ ବାର କଲ ଆସିଥିଲା । ଏହା ବ୍ୟତୀତ କର୍ଣ୍ଣାଟକର ଦୁଇ ଉଦ୍ୟୋଗପତିଙ୍କ ଫୋନ ମଧ୍ୟ ତାଙ୍କ ସଂପର୍କରେ ଲଗାତର ରହିଥିବା ଜଣାପଡିଛି । ପୋଲିସ ସୂଚନା ଅନୁସାରେ, ଗତ ସପ୍ତାହରେ କିଛି ଲୋକଙ୍କ ସହ ବିଜି ସିଦ୍ଧାର୍ଥଙ୍କ ବୈଠକ ହୋଇଥିଲା । ହେଲେ ବୈଠକ କାର୍ଯ୍ୟାଳୟରେ ନ ହୋଇ ଅନ୍ୟ ଜାଗାରେ ରଖାଯାଇଥିଲା । ବିଜି ସିଦ୍ଧାର୍ଥଙ୍କ ଫୋନ୍ କଲ ଯାଂଚରୁ ଏହି ତଥ୍ୟ ପାଇଛି ପୋଲିସ । ମଂଗଳବାର ବେଙ୍ଗାଳୁରୁ ସ୍ଥିତ ଅଫିସରେ ସିଦ୍ଧାର୍ଥଙ୍କୁ ପଚରାଉଚରା ବି କରିଥିଲା ପୋଲିସ ।