ସୁନା ଝିଅ ହିମା, ୫ମ ସ୍ୱର୍ଣ୍ଣ ଜିଣି ରଚିଲେ ଇତିହାସ

ଖେଳଦେଶ ଓ ବିଦେଶ

ଭୁବନେଶ୍ୱର/ଦିଲ୍ଲୀ: ସୁନା ଝିଅ ହିମା । ଭାତରୀୟ ଧାବିକା ହିମା ଦାସଙ୍କ ସ୍ୱର୍ଣ୍ଣ ବର୍ଷା । ୟୁରୋପରେ ୧୯ ଦିନ ମଧ୍ୟରେ ୫ମ ଗୋଲ୍ଡ ମେଡାଲ ଜିଣି ଦେଶର ନାକୁ ରୋଶନ କରିଛନ୍ତି ହିମା ଦାସ । ଚେକ ରିପବ୍ଲିକରେ ୪ ମିଟର ରେସରେ ୫୨.୦୯ ସେକେଣ୍ଡରେ ଦୌଡ଼ ପୁରା କରି ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୂର୍ବରୁ ହିମା ଜୁଲାଇ ୨ ତାରିଖରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୋଲେଣ୍ଡ ପୋଜନାନ ଆଥଲେଟିକ୍ସ ଗ୍ରାଉଣ୍ଡ ପ୍ରିକ୍ସରେ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିଷଳ । ସେ କେବଳ ୨୩.୬୫ ସେକେଣ୍ଡରେ ଦୌଡ଼ ସାରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ସେହିପରି ୭ ଜୁଲାଇରେ କୁଟନୋ ଆଥଲେଟିକ୍ସ ମିଟରେ ୨୦୦ ମିଟର ରେସରେ ୨୩.୯୭ ସେକେଣ୍ଡରେ ପୁରା କରିଥିଲେ । ୧୩ ଜୁଲାଇରେ ଚେକ ରିପବ୍ଲିକ କ୍ଲାନ୍ଦି ମେମୋରିଆଲ ଆଥଲେଟିକ୍ସରେ ୨୦୦ ମିଟର ରେସକୁ ୨୩.୪୩ ସେକେଣ୍ଡରେ ପୁରା କରି ତୃତୀୟ ସ୍ୱର୍ଣର୍ ପଦକ ହାସଲ କରିଥିଲେ । ଚତୁର୍ଥ ସ୍ୱର୍ଣ୍ଣ ପଦକ ଜୁଲାଇ ୧୭ ତାରିଖରେ ହାସଲ କରିଥିଲେ ହିମା ଦାସ । ତାବୋର ଆଥଲେଟକ୍ସ ମିଟରେ୨୦୦ ମିଟର ଦୌଡ଼କୁ ୨୩.୨୫ ମିନିଟରେ ପୁରା କରି ଗୋଲଡ ଜିତିଥିଲେ ।


ଭାରତର ସୁନା ଝିଅ ହିମା ଦାସ ପଂଚମ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

ଏଥିସହ କ୍ରିକେଟର ଭଗବାନ କୁହାଯାଉଥିବା ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସଚିନ ହିମାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ । ତେବେ ସଚିନଙ୍କ ଫୋନ ଆସିବା ସେ ସ୍ୱପ୍ନରେ ବି କେବେ ଭାବିନଥିଲେ । ଏନେଇ ହିମା ଖୁସିବ୍ୟକ୍ତ କରିବା ସହ ସଚିନଙ୍କୁ ଧନ୍ୟବାଦ ଜଣାଇଥିଲେ ।


କେବଳ ସଚିନ ନୁହେଁ ଅନେକ ଫିଲ୍କ କଳାକାର ମାନେ ମଧ୍ୟ ହିମା ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଫିଲ୍ମ ଅଭିନେତା ଅମିତାଭ ବଚ୍ଚନ, ଅଜୟ ଦେବଗନ, ରବୀନା ଟଣ୍ଡନ, ପ୍ରୀତି ଜିଂଟା ସୋଶଲ ମିଡ଼ିଆରେ ହିମା ଦାସଙ୍କୁ ବଧାଇ ଦେଇଛନ୍ତି ।