ଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜନତା ଦଳରେ ଏକ ବଡ଼ ପରିବର୍ତ୍ତନ । ବିଜେପି ରାଷ୍ଟ୍ରୀୟ ମହାସଚିବ ରାମଲାଲଙ୍କୁ ଏହି ପଦବୀରୁ ହଟାଯାଇଛି । ଏବଂ ତାଙ୍କୁ ଆରଏସଏସରେ ଅଖିଳ ଭାରତୀୟ ସହସଂପର୍କ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି । ବି. ସତୀଶଙ୍କୁ ତାଙ୍କ ସ୍ଥାନରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ କରାଯିବା ଜଣା ପଡ଼ିଛି ।

ରାମପାଲ ବିଜେପିରେ ଜଣେ ପ୍ରମୁଖ ରଣନୀତିକାର ଭାବେ କାର୍ଯ୍ୟ କରୁଥିଲେ । ବିଜେପିର ସବୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଏବେ ତାଙ୍କୁ ସଂଘକୁ ଫେରାଇ ନିଆଯାଇଛି ।
୨୦୦୫ରେ ବିଜେପିର ସଂଗଠନ ମହାସଚିବ ସଂଜୟ ଯୋଶୀଙ୍କ ବିବାଦୀୟ ସିଡ଼ି ଆସିବା ପରେ ତାଙ୍କୁ ବିଜେପିରୁ ହଟାଇ ଦିଆଯାଇଥିଲା । ତାପରେ ୨୦୦୬ ଆରମ୍ଭରେ ରାମଲାଲ ବିଜେପି ସଂଗଠନର ମହାସଚିବ କାମ ବୁଝୁଥିଲେ । ବିଜେପିର ପାଟି ଅଧ୍ୟକ୍ଷଙ୍କ ପରେ ସଂଗଠନ ମହାସଚିବ ପଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ ।
