ପୃଥ୍ବୀର ବହୁତ ନିକଟରେ ଗତି କରିବ ଉଲ୍କାପିଣ୍ଡ, ସ୍ପିଡ ୧୯୦୦୦ କି.ମି ପ୍ରତି ଘଣ୍ଟା

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ପୃଥ୍ବୀର ବହୁ ନିକଟରେ ପରିକ୍ରମଣ କରିବ ଉଲ୍କାପିଣ୍ଡ। ଏପ୍ରିଲ ୨୯ ତାରିଖରେ ଏହି ଉଲ୍କାପିଣ୍ଡ ପୃଥ୍ବୀ ନିକଟରେ ପରିକ୍ରମଣ କରିବ ବୋଲି କୁହାଯାଉଛି। ଆମେରିକା ଅନ୍ତରୀକ୍ଷ ସଂସ୍ଥା ନାସା ଅନୁସାରେ ଏହାର ଗତି ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ରହିବ। ତେବେ ଲୋକେ ଘବରାଇବାର  କୌଣସି ପ୍ରକାର ନଥିବା କୁହାଯାଉଛି। କାରଣ ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଉଲ୍କାପିଣ୍ଡ ଧରତି ସହ ଧକ୍କା ହେବାରୁ ସମ୍ଭାବନା ବହୁତ କମ୍।

ନାସା ବୈଜ୍ଞାନିକଙ୍କ କହିବା କଥା ହେଲା, ନାସା ସେଣ୍ଟର୍ ଫର୍ ନୀୟର ଅର୍ଥ ଷ୍ଟଡିଜ ଅନୁସାରେ ଏପ୍ରିଲ ୨୯ ବୁଧବାର ସକାଳ ୫.୫୬ଟା ବେଳେ ଇଷ୍ଟର୍ଣ ଟାଇମରେ ଏକ ଉଲ୍କାପିଣ୍ଡ ପୃଥ୍ବୀ ନିକଟ ଦେଇ ଗତି କରିବ। ଏହା ପୃଥ୍ବୀ ଉପରେ ବୈଶ୍ଚିକ ପ୍ରଭାବ ଜନ୍ମାଇବା ପାଇଁ ବହୁତ ବଡ଼ ବୋଲି କୁହାଯାଉଛି। କିନ୍ତୁ ଏହାଦ୍ବାରା ଲୋକେ ଘବରାଇବାର କୌଣସି କାରଣ ନାହିଁ।

ଏହି ଉଲ୍କାପିଣ୍ଡର ନାମ 1998 OR2 ଅଟେ। କୁହାଯାଉଛି କି, ବୁଧବାର ଏହା ପୃଥ୍ବୀର ବହୁ ନିକଟର ଦେଇ ଗତି କରିବ। ଏବେ ଏହା ପୃଥ୍ବୀ ନିକଟରେ ଗତି କରିବା ପାଇଁ ୨୪ ଘଣ୍ଟାରୁ ବି କମ ସମୟ ରହିଛି। ଏପରି ସ୍ଥଳେ ବୈଜ୍ଞାନିକ ମାନେ ଚିନ୍ତା ପ୍ରକଟ କରୁଛନ୍ତି ଯେ, ଯଦି ଏହି ଉଲ୍କାପିଣ୍ଡ ଟିକିଏ ବି ନିଜ ସ୍ଥାନ ପରିବର୍ତ୍ତନ କରେ ତାହେଲେ ପୃଥ୍ବୀ ଉପରେ ବଡ଼ ସଙ୍କଟ ଆସିପାରେ। ତେଣୁ ଭାରତ ସହ ଦୁନିଆ ସାରା ବୈଜ୍ଞାନିକ ଏହି ଉଲ୍କାପିଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।