ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଜେଆଇଟିଏମର ଶତପ୍ରତିଶତ ରେଜଲ୍ଟ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ସେଞ୍ଚୁରିଏନ ପବ୍ଲିକ ସ୍କୁଲର ଶତପ୍ରତିଶତ ରେଜଲ୍ଟ। ଉଭୟ ମାଟ୍ରିକ ଓ ପ୍ଲସଟୁ ପରୀକ୍ଷାରେ ୧୨ ଜଣ ଲେଖାଏଁ ମୋଟ ୨୪ ଛାତ୍ରଛାତ୍ରୀ ନବେ ପ୍ରତିଶତ ମାର୍କ ରଖି ସଫଳତାର କୃତକାର୍ଯ୍ୟ ହୋଇଛନ୍ତି। ମାଟ୍ରିକରେ ଦେବଶ୍ରିତ ଷଡ଼ଙ୍ଗୀ ୯୮.୪ % ମାର୍କ ରଖିଥିବା ବେଳେ ପ୍ଲସଟୁରେ ପଲ୍ଲବୀ ପ୍ରିୟଦର୍ଶୀନି ମେହେର ୯୪% ମାର୍କ ରଖିଛନ୍ତି।ଏଥିସହ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ। ଏବଂ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲ ବଲାଙ୍ଗିର (ଜେଆଇଟିଏମ)ର ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଅନୁସାରେ ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷାରେ ୭୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ଦେବଶ୍ରିତ୍ ଷଡ଼ଙ୍ଗୀ ୯୮.୪ % ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଏଥିସହ ୧୨ ଜଣ ଛାତ୍ରଛାତ୍ରୀ ୯୦ % ମାର୍କ ରଖିଥିବା ବେଳେ ବାକି ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ଵାଦଶ ପରୀକ୍ଷାରେ ବିଦ୍ୟାଳୟର ୧୩୮ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ପଲ୍ଲବୀ ମେହେର ୯୪% ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି। ୧୨ ଛାତ୍ର ଛାତ୍ରୀ ୯୦ ମାର୍କ କ୍ଳବରେ ସାମିଲ ହୋଇଥିବା ବେଳେ ୧୨୯ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ।