ଏନ୍ଏନ୍ ବ୍ୟୁରୋ I ପୋଲିସ ପଞ୍ଝାରେ ପିଇଓ I ପଞ୍ଚାୟତରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ପିଇଓଙ୍କୁ ଗିରଫ ବାନ୍ଧିଲା ପୋଲିସ୍। ଗିରଫ ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଆଗଲପୁର ଓ ଭର୍ସୁଜା ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜକିଶୋର ପୋଢ଼ l ଗତ ତିନି ବର୍ଷ ହେବ ଆଗଲପୁର ଓ ଭରସୁଜା ପଞ୍ଚାୟତରେ ସେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ l ହେଲେ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ଜଣା ପଡିଥିଲା। ଏନେଇ ଆଗଲପୁର ବିଡ଼ିଓ ମହାପାତ୍ର କୁଳଦୀପ ମହାନ୍ତି ସଂପୃକ୍ତ ପିଇଓଙ୍କୁ ରିପୋର୍ଟ ତଲବ କରିଥିଲେ। କିନ୍ତୁ ସଂପୃକ୍ତ ପିଇଓ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ l ଫଳରେ ପି.ଇ.ଓ ରାଜ କିଶୋର ପୋଢ଼ଙ୍କୁ ବ୍ଲକ କାର୍ଯ୍ୟାଳୟକୁ ବଦଳି କରା ଯାଇଥିଲା I ଏବଂ ତାଙ୍କ ନାଁରେ ୫ କୋଟି ୮୯ ଲକ୍ଷ ୬୦ ହଜାର ୪୫୧ ଟଙ୍କା ହେରଫେର ନେଇ ଆଗଲପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଡ଼ିଓ I ଏନେଇ ଏକ ମାମଲା ରୁଜୁ କରି ପିଇଓ ରାଜ କିଶୋର ପୋଢ଼ଙ୍କୁ ଆଗଲପୁର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
ପଞ୍ଚାୟତରେ କୋଟି କୋଟି ହେରାଫେରି, ପିଇଓ ଗିରଫ
