ଭୁବନେଶ୍ୱର: ଜେଇଙ୍କୁ ଉଠବସ କରି ବିଧାୟକ ନିଜେ ଉଠବସ । ଏ ଘଟଣା ନେଇ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଅଡୁଆ ବଢ଼ିବାରେ ଲାଗିଛି । କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ କରାଇବା ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଳା ଆଦିବାସୀ ସଂଘ । ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ବଲାଙ୍ଗିର ଜିଲ୍ଳାପାଳଙ୍କ ଅଫିସ ଘେରାଉ କରିଥିଲେ ଶହ ଶହ ଆଦିବାସୀ । ବୁଧବାର ଦିନ ୧୨ଟା ସମୟରେ ଶହ ଶହ ଆଦିବାସୀ ପାରଂପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ରାଲିରେ ବାହାରିଥିଲେ । ଶୋଭାଯାତ୍ରା କୋଶଳ କଳା ମଣ୍ଡଳଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ପହଂଚିଥିଲା ।
ସେମାନଙ୍କ ଅଭିଯୋଗ ଘଟଣାକୁ ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଆଦିବାସୀମାନେ ଉତ୍ତେଜିତ ହୋଇ ପଡିଥିଲେ । ଏପରିକି ପୋଲିସ ଉପରକୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ହେଲେ ପରିସ୍ଥିତି ଅଣାୟତ ହୋଇ ପଡିବାରୁ ପୋଲିସ ସହ ଆଦିବାସୀଙ୍କ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପୋଲିସ ସହ ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଦବଙ୍ଗ ବିଧାୟକ ସରୋଜ ମେହେରଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଦିବାସୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଗତ ୫ ତାରିଖରେ ପାଟଣାଗଡ ଗମ୍ଭାରୀ ଗାଁରେ ପୂର୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ ଉଠବସ କରାଇଥିଲେ ବିଧାୟକ । ଏପରିକି ୫ ମିନିଟରେ ଶହେ ଥର ଉଠ ବସ ନ ହେଲେ ଜନ ସାଧାରଣ ନିସ୍ତୁକ ମାଡ଼ ମାରିବେ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ । ଯାହାର ଭିଡିଓ ସବୁଆଡେ ଭାଇରାଲ ହୋଇ ଚର୍ଚ୍ଚାର ବିଷୟ ପାଲଟିଛି । ଏ୍େନଇ ନ୍ୟାୟ ଲାଗି ଜେଇଙ୍କ ପତ୍ନୀ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ସଂପୃକ୍ତ ବିଧାୟକଙ୍କୁ ଗିରଫ କରି ପାରି ନାହିଁ । ତେଣୁ ଏହାର ପ୍ରତିବାଦରେ ଆଦିବାସୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ସରୋଜ ମେହେରଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସରୋଜ ମେହେର । ତେବେ ଆଦିବାସୀମାନଙ୍କ ପ୍ରତି ମୋର କୌଣସି ଆକ୍ରେଶ ନାହିଁ, ମୁଁ ସବୁବେଳେ ସେମାନଙ୍କୁ ସମ୍ମାନ ଦେଇ ଆସିଛି ବୋଲି କହିଛନ୍ତି ସରୋଜ ।..
ଜେଇଙ୍କୁ ଉଠବସ କରାଇ ହରଡ଼ଘଣାରେ ପାଟଣାଗଡ଼ ବିଧାୟକ ସରୋଜ ମେହେର!
