ଓଡ଼ିଶାରେ ଲାଗୁ ହେବ ନି ଏନଆରସି, ମୁସଲିମ ପ୍ରତିନିଧିଙ୍କୁ ଆଶ୍ୱାସନା ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଓଡ଼ିଶାରେ ଲାଗୁ ହେବ ନି ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ। ବିଜେଡ଼ି ନାଗରିକତା ସଂଶୋଧନ ବିଲକୁ ସମର୍ଥନ କରିବା ପରେ ମୁସଲିମ ସମ୍ପ୍ରଦାୟଙ୍କ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ନାଗରିକତା ସଂଶୋଧନ ବିଲ ସହ ଏନଆରସିର କୌଣସି ସମ୍ପର୍କ ନ ଥିବା ବିଜେଡ଼ି ପକ୍ଷରୁ କୁହାଯାଇଛି। ଏବେ ନାଗରିକତା ବିଲ ନେଇ ପୁରା ଦେଶରେ ପ୍ରତିବାଦର ସ୍ୱର ଚାଲିଥିବା ବେଳେ ଓଡ଼ିଶାରେ ଏନ୍ଆରସି ଭୟ ନେଇ ମୁସଲମାନଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାରେ ଏନ୍ଆରସି ଲାଗୁ ହେବନି।

ଶୁକ୍ରବାର ସଂଖ୍ୟା ଲଘୁ ସମ୍ପ୍ରଦାୟର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଓଡ଼ିଶାରେ ଏନ୍ଆରସି ଲାଗୁ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମୁସଲିମ ପ୍ରତିନିଧି। ଏଥିରେ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ମୁସଲିମ ପ୍ରତିନିଧି ସାମିଲ୍ ଥିଲେ।