ନବନୀତା ବ୍ୟୁରୋ। ପୁଣି ଚର୍ଚ୍ଚାରେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର। ଏଠାରେ ରାଜ୍ୟସଭାରେ ନିଜ ମାତୃଭାଷା ଓଡ଼ିଆରେ ବିବୃତି ରଖି ଚର୍ଚ୍ଚାର ଘେରକୁ ଆସିଛନ୍ତି। ରାଜ୍ୟସଭାରେ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ସ୍ୱର ଉଠାଇ ଥିଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର। ଏଥିପାଇଁ ତାଙ୍କୁ ଉପରାଷ୍ଟ୍ରପତି ପ୍ରଶଂସା ମଧ୍ୟ କରିଛନ୍ତି।
Raised the issue of Mahanadi water dispute getting delayed in Mahanadi Tribunal and about Polavaram project on how it will affect 6000 tribals of Odisha and sought the intervention of the Union Government. (Video 2 of 2) pic.twitter.com/UCIvkzi0g5
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) February 7, 2020
ଶୁକ୍ରବାର ରାଜ୍ୟସଭାର ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଥିଲେ ସସ୍ମିତ। ଛତିଶଗଡ଼ ପକ୍ଷରୁ ବେଆଇନ ବ୍ୟାରେଜ୍ ଯୋଗୁଁ ଓଡିଶା ବହୁ କ୍ଷତିଗ୍ରସ୍ତ ହେବା ସହ ଜଳ ପାଇଁ ସଂଘର୍ଷ କରୁ ଥିବା କହିଥିଲେ ସସ୍ମିତ ପାତ୍ର। ତେବେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି ସତ ହେଲେ ବର୍ଷ ବର୍ଷ ହେଲା ମହାନଦୀ ଜଳ ବିବାଦର ସମାଧାନ ହୋଇ ପାରୁନି। ତେଣୁ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି ରଖିଲେ ସସ୍ମିତ ପାତ୍ର।
Deeply humbled by the kind words of appreciation from Hon’ble Vice President & Rajya Sabha Chairman Shri. Venkaiah Naidu, who mentioned “Uttam Kahuchi” in Odia and “Dhanyavad Aapko” after my speech today in Zero Hour on the issues of Mahanadi and Polavaram affecting Odisha. pic.twitter.com/GLtAgrpoAX
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) February 7, 2020
ସେହିପରି ପୋଲାଭରମ ପ୍ରସଙ୍ଗରେ ମଧ୍ୟ ମତ ରଖିଥିଲେ ସସ୍ମିତ ପାତ୍ର। ତେବେ ପୋଲାଭରମ ପ୍ରକଳ୍ପ ଯୋଗୁଁ ୬ ହଜାର ଆଦିବାସୀ ପ୍ରଭାବିତ ହେବେ ବୋଲି ସେ କହିଥିଲେ। ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡ଼ିଆରେ ବିବୃତି ରଖି ଚର୍ଚ୍ଚାକୁ ଆସିଥିଲେ।

ସେପଟେ ସାଂସଦ ସସ୍ମିତ ପାତ୍ର ନିଜ ମାତୃଭାଷା ଓଡ଼ିଆରେ ବିବୃତି ରଖିଥିବାରୁ ଖୁସି ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ଓଡ଼ିଆରେ ଉତ୍ତମ କହୁଛି ବୋଲି ସସ୍ମିତ ପାତ୍ରଙ୍କୁ ପ୍ରଶଂସା କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ। ଏହାପରେ ସେ ଏକ ହାତ ଲେଖା ଚିଠି ଦେଇ ସସ୍ମିତଙ୍କୁ ପ୍ରଶଂସା କରିଥିଲେ। ଯାହାକୁ ସସ୍ମିତ ପାତ୍ର ଫେସବୁକରେ ପୋଷ୍ଟ କରିବା ସହ ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ୍ ମଧ୍ୟ ଜଣାଇଛନ୍ତି ସେ।
