ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପିଏମ୍, ସୋନିଆଙ୍କ ସହ ବିଶିଷ୍ଟ ବ୍ୟକ୍ତି

ଦେଶ ଓ ବିଦେଶବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ଅହିଂସାର ପୂଜାରୀ, ସ୍ଵାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି (୩୦ ଜାନୁଆରୀ) ୭୨ତମ ପୁଣ୍ୟ ତିଥି।

ଏ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅନ୍ତରୀକ୍ଷ ଅଧ୍ୟକ୍ଷା ସୋନିଆ ଗାନ୍ଧୀ,ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ରାଜଘାଟକୁ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥିରେ ଆମେ ତାଙ୍କ ଓ ଅନ୍ୟ ବାହାଦୁର ଭାରତୀୟଙ୍କ ବଳିଦାନକୁ ସମ୍ମାନ ଜଣାଇବା ଉଦ୍ଧେଶ୍ୟରେ ସହିଦ ଦିବସ ପାଳନ କରାଯାଉଛି। ଅହିଂସାର ପୂଜାରୀଙ୍କ ଆଦର୍ଶକୁ ସ୍ମରଣ କରିବା ପାଇଁ ଦିନ ଟିଏ। ଯେତେବେଳେ ସେ ବାହାଦୁର ଆତ୍ମା ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ବନ୍ଧୁତ୍ୱ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ।

ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱତନ୍ତ୍ରତା ଆନ୍ଦୋଳନର ପ୍ରମୁଖ ନେତା ଥିଲେ। ଏପରିକି ଭାରତ ସ୍ଵାଧିନତା ହେବା ପାଇଁ ବାପୁଙ୍କ ମୁଖ୍ୟ ଭୂମିକା ରହିଥିଲା। ଦେଶ ସ୍ଵାଧୀନତା ଲାଗି ଗାନ୍ଧିଜୀ ବହୁ ଥର କାରାବରଣ କରିଥିଲେ।

୧୯୪୮ ଜାନୁଆରୀ ୩୦ ତାରିଖରେ ନଥୁରମ ଗଡସେ ଗୁଳି କରି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ବାପୁ ଦେଶ ପାଇଁ ଜୀବନ ଦେଇଥିବାରୁ ତାଙ୍କ ସ୍ମୃତି ଚାରଣ ପାଇଁ ପ୍ରତିବର୍ଷ ଜାନୁଆରୀ ୩୦ ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ବାପୁଙ୍କ ଶ୍ରଦ୍ଧାଞ୍ଜଳି ଦେବା ସହ ବିଶେଷ ଶ୍ରଦ୍ଧାଞ୍ଜଳି ସଭା ଅାୟୋଜନ କରାଯାଉଛି।