ପ୍ରଥମ ଦେଖାରେ ଅନୁଷ୍କାଙ୍କ ଏହି କଥାରେ ଫିଦା ହୋଇଥିଲେ କୋହଲି

ଖେଳମନୋରଞ୍ଜନସ୍ପେଶାଲ

ନବନୀତା ବ୍ୟୁରୋ। ବିରାଟ କୋହଲି ଓ ଅନୁଷ୍କା ଶର୍ମା ବଲିଉଡର ଫେବରେଟ୍ କପଲ୍। ବାରମ୍ବାର ଉଭୟେ ମିଳିମିଶି ଉତ୍କୃଷ୍ଟ ସମୟ ବିତାଉଥିବା ନଜରକୁ ଆସିଛି। ବିଗତ ଦିନରେ ଦୁହେଁ ଛୁଟି କଟାଇବା ପାଇଁ ଭୁଟାନ ଯାଇଥିଲେ। ଏବଂ ସେଠାରୁ ଫେରିବା ପରେ କ୍ୟାପଟେନ ବିରାଟ କୋହଲିଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ଇତିହାସ ରଚିଥିଲା। ଦୁଇ ଟିକିଆ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ୨-୦ ରେ ପରାସ୍ତ କରିଥିଲା। ଏ ଅବସରରେ ଏକ ସାକ୍ଷାତକାରରେ ବିରାଟ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ହୋଇଥିବା ପ୍ରଥମ ମୁଲାକାତର ରାଜ ଖୋଲିଥିଲା।

୨୦୧୩ ମସିହାରେ ଏକ ଶାମ୍ପୁର ବିଜ୍ଞାପନ ସୁଟିଂ ଅବସରରେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପ୍ରଥମ ଦେଖା ହୋଇଥିଲା। ଏହି ଶାଂପୁ ବିଜ୍ଞାପନରେ ଦୁହେଁ ଏକାଠି ଅଭିନୟ କରିଥିଲେ। ଏହା ପରେ ହିଁ ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଯାଇଥିଲା।


ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କ ସହ ପ୍ରଥମ ସାକ୍ଷାତ ସମ୍ପର୍କରେ କହିଛନ୍ତି ଯେ, ବିଜ୍ଞାପନ ସୁଟିଂ ସମୟରେ ଅନୁଷ୍କା ସେଟ୍ ଉପରେ ଭାରି ୱେଲକମିଂ ଥିଲେ। ଏବଂ ମୋତେ ଆରାମଦାୟକ୍ ଅନୁଭବ କରାଇବାକୁ ପ୍ରୟାସ କରୁଥିଲେ। ଏହିସବୁ ଜିନିଷ ଉଭୟଙ୍କୁ ପରସ୍ପର ସହ ମିଶିବା ପାଇଁ ଅତି ସହଜ ହୋଇଥିଲା।

ବିରାଟ କହିଛନ୍ତି ଯେ, ଜୋକରୁ ହିଁ ଆମର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏପରିକି ମୁଁ ପାଗଳ ପରି ବ୍ୟବହାର କରୁଥିଲି। ସେଥି ମଧ୍ୟରୁ କିଛି ଜୋକ୍ ମୂର୍ଖତାପୂର୍ଣ୍ଣ ଥିଲା। ହେଲେ ମୋତେ ଭଲ ସମୟ ବିତାଇବା ପାଇଁ ହଁସି ମଜାକ୍ କରିବା ବହୁ ପସନ୍ଦ ଥିଲା। ପ୍ରକୃତରେ ମୁଁ ଏଇଥି ପାଇଁ ଖୁସି ଯେ, ମୁଁ ସେହି ଶାମ୍ପୂର ବିଜ୍ଞାପନ କରିଥିଲେ।


୨୦୧୭ ଡିସେମ୍ବରରେ ଏକ ହୋଟେଲରେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ହାତଗଣ୍ଠି ପଡ଼ିଥିଲା।ବିବାହ ପୂର୍ବରୁ ଉଭୟେ ୪ ବର୍ଷ ଧରି ଡେଟ୍ କରିଥିଲେ।