ଝାରଖଣ୍ଡରେ ଜବାନଙ୍କ ଅନ୍ଧାଧୁନ ଫାଇରିଂ, ୩ ଅଧିକାରୀ ମୃତ, ୪ ଜବାନ ଗୁରୁତର

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ସାମାନ୍ୟ କଥାକୁ ନେଇ ସଂଘର୍ଷ। ଖାଇବାକୁ ନେଇ ବିବାଦ ଦେଖାଦେବା ସହ ପରିସ୍ଥିତି ଏମିତି ହୋଇଥିଲା ଯେ, ସୁରକ୍ଷା ବଳ ଜବାନ ଅନ୍ୟ ଜବାନଙ୍କ ଉପରକୁ ଅନ୍ଧାଧୂନ୍ ଗୁଳି ବର୍ଷଣ କରିଥିଲେ। ଝାଡ଼ଖଣ୍ଡ ବୋକାରି ଜିଲ୍ଲାର କୁର୍କନାଲାଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଘଟଣା ଅନୁସାରେ ଚାଇବସାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ସାରି ଫେରିଥିବା ସିଆରପିଏଫ୍ ଜବାନ ଓ ଅଧିକାରୀ ବୋକାରୋ କୁର୍କନାଳରେ ପରସ୍ପର ମଧ୍ୟରେ ସଂଘର୍ଷ ଘଟିଥିଲା। ସୁରକ୍ଷା ବଳ ଜବାନଙ୍କ ଅନ୍ଧାଧୁନ ଗୁଳି ମାଡ଼ରେ ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ ସମେତ ଦୁଇ ଜଣ ଅଧିକାରୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏଥିସହ ଘଟଣାରେ ୪ ଜବାନ୍ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କୁ ରାଞ୍ଚି ନିଆଯାଇଛି। ଅନ୍ୟ ଦୁଇ ଜଣଙ୍କୁ ବୋକାରୋରେ ଚିକିତ୍ସା ଚାଲିଛି।ଏହା ପୂର୍ବରୁ ଛତିଶଗଡ ଅର୍ମ ଫୋର୍ସର ଜଣେ ଜବାନ ଛୁଟି ବିବାଦରୁ ନିଜ ଅଧିକାରୀଙ୍କ ଉପରକୁ ଗୁଳି ଚଳାଇ ଜୀବନ ନେଇଥିଲେ। ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ସଂପୃକ୍ତ ଜବାନ।

ସୂଚନା ଅନୁସାରେ ବୋକାରୋ ଜିଲ୍ଲାର କୁର୍କନାଲୋ ଉଚ୍ଚ ବିଦ୍ୟାଳୟ ଓ ମଧ୍ୟ ବିଦ୍ୟାଳୟରେ ସିଆରପିଏଫ୍ ୨୨୬ ବାଟାଲିଅନର ଜବାନ ଅଟକିଥିଲେ। ରାତି ପ୍ରାୟ ୮.୩୦ ମିନିଟରେ ଖାଇବାକୁ ନେଇ ଦୁଇ ବିଦ୍ୟାଳୟରେ ଅଟକିଥିବା ଜବାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହା ପରେ ପରସ୍ପର ମଧ୍ୟରେ ଗୁଳିଚାଳନା କରିଥିଲେ ଜବାନ। ଏଥିରେ ସିଆରପିଏଫର ଦୁଇ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ମୃତକ ମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ସହୁଲ୍ ଅହସନ୍ ଓ ଏଏସଆଇ ପୂର୍ଣ୍ଣାନନ୍ଦ ଭୁଇଆ। ଗୁଳି ମାଡରେ ଆହତ ହୋଇଥିବା ଜବାନ ମାନେ ହେଲେ କନଷ୍ଟେବଳ ଉପେନ୍ଦ୍ର ଯାଦବ, ହରିଶ୍ଚନ୍ଦ୍ର ଗୋଖଲେ, ଖୁଖଲରି ଓ ଦିପେନ୍ଦ୍ର କୁମାର। ଦୁଇ ଜଣଙ୍କ ଚିକିତ୍ସା ବୋକାରୋରେ ଚାଲିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ରାଞ୍ଚିରେ ଚାଲିଛି।