ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଅଙ୍ଗୀକାର ୨୦୨୫ ଉଦଘାଟିତ ହୋଇଯାଇଛି l ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ଓ ପୌରପରିଷଦର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି I ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଏବଂ ଅଙ୍ଗୀକାର ବିଷୟରେ ଶ୍ରୀମତୀ ସାହୁ ସମ୍ୟକ ସୂଚନା ଦେଇଥିଲେ l ହେଲେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା ଯୋଗ ଦେଇ ସବୁ ଯୋଜନା କିଭଲି ଭାବରେ ହିତାଧିକାରୀଙ୍କ ପାଖକୁ ସହଜରେ ପହଁଞ୍ଚିବ ସେଥିପ୍ରତି ବ୍ୟବସ୍ଥା କରିବାକୁ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୌର ଅଧିକାରୀ ସନ୍ତୋଷ ବେହେରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଅନ୍ୟାନ୍ୟ ଯୋଜନା ବିଷୟରେ ହିତାଧିକାରୀମାନଙ୍କୁ ଅବଗତ କରିଥିଲେ l ଏ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ନେଇ ଅନୁଷ୍ଠିତ ରଙ୍ଗୋଲି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଜିଲ୍ଲା ନୋଡାଲ ଅଫିସର ସନ୍ତୋଷ କୁମାର ସେଠ, ବିଶ୍ୱଜିତ ଜେନା ଓ ସୁନୀଲ ମିଶ୍ର l
ଜିଲ୍ଲାସ୍ତରୀୟ ଅଙ୍ଗୀକାର ଉତ୍ସବ ଉଦଘାଟିତ
