ନିର୍ଭୟା ମାମଲାର ରାୟ, ପଢନ୍ତୁ କେବେ ଓ କେଉଁଠାରେ ଦୋଷୀଙ୍କୁ ଦିଆଯିବ ଫାଶୀ!

ଅପରାଧଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। ନିର୍ଭୟା ଘଟଣାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି। କୋର୍ଟ ଦେଥ ୱାରେଣ୍ଟ ଉପରେ ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ଶୁଣାଣି ଅବସରରେ ଭିଡିଓ କନଫରେନ୍ସିଂ ବେଳେ ଟିକେ ଅଡ଼ୁଆ ପରିସ୍ଥିତି ଦେଖା ଦେଇଥିଲା। ହେଲେ କିଛି ସମୟ ପରେ ତାହା ଠିକ୍ ହୋଇଗଲା। ଚାରି ଦୋଷୀଙ୍କୁ ଦିଲ୍ଲୀର ତିହାଡ ଜେଲରେ ଫାଶୀ ଦିଆଯିବ।

ରାୟ ଆସିବା ପରେ ନିର୍ଭୟାର ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋର ଝିଅକୁ ଆଜି ନ୍ୟାୟ ମିଳିଗଲା। ଦୋଷୀଙ୍କୁ ମିଳିବା ଦ୍ଵାରା ଦେଶରେ ମହିଳାଙ୍କ ଶକ୍ତି ଆହୁରି ଶକ୍ତିଶାଳୀ ହେବ। ଏବଂ ଏହି ଫଇସଲା ଲାଗି ନ୍ୟାୟ ବ୍ୟବସ୍ଥାରେ ଲୋକଙ୍କ ବିଶ୍ୱାସ ଜାଗୃତ ହୋଇଛି।

ଶୁଣାଣି ବେଳେ ପିତା ମାତା କୋର୍ଟରେ ଅନୁରୋଧ କରିଥିଲେ କି ଚାରି ଦୋଷୀ ଅକ୍ଷୟ, ମୁକେଶ, ବିନୟ ଓ ପୱନଙ୍କୁ ଫାଶୀ ଦେବାକୁ ଡେଥ ୱାରେଣ୍ଟ ଜାରି କରାଯାଉଛି। ଅନ୍ୟପଟେ ଦୋଷୀଙ୍କ ଓକିଲ ଏସପି ସିଂହ କୋର୍ଟରେ କହିଥିଲେ କି ସେ ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାୟର କରିବା ପ୍ରକ୍ରିୟାରେ ଲାଗିଛନ୍ତି।

ସୂଚନା ଅନୁସାରେ ନିର୍ଭୟାଙ୍କ ଓକିଲ ଶୁଣାଣି ବେଳେ ଡେଥ ୱାରେଣ୍ଟ ଜାରି କରିବାକୁ ଅନୁରୋଧ କରିଥିଲେ। ହେଲେ ଏହାପରେ ବି ୧୪ ଦିନ ସମୟ ଅଛି, ସେ ଯାଏ ଦୋଷୀ ଆଇନର ସହାୟତା ନେଇ ପାରିବେ। ଏଭଳି ଅନେକ ମାମଲା ସୁପ୍ରିମକୋର୍ଟଙ୍କ ଅବଜରଭେଶନରେ ରହିଛି। ହେଲେ ଏବେ ଏହି ରାୟ ଆସି ଯାଇଛି। ଦୋଷୀ ମୁକେଶଙ୍କ ମା କାନ୍ଦିବା ଦେଖି ନିର୍ଭୟାଙ୍କ ମା କହିଲେ ଆମେ ମଧ୍ୟ ଅନେକ ବର୍ଷ କାନ୍ଦି ଆସୁଛୁ।