ନବନୀତା ବ୍ୟୁରୋ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିବା ପରେ ପରେ ଏଗଜିଟ ପୋଲରେ ଅରବିନ୍ଦ କେଜରିୱାଲ ପୁଣି ମୁଖ୍ୟମନ୍ତ୍ରୀ ହେବା ଦେଖା ଯାଉଛି। ସବୁ ଏଗଜିଟ ପୋଲରେ ଆମ ଆଦମୀ ପାର୍ଟିକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ କୁହା ଯାଉଛି। ହେଲେ ଗତ ଥର ଅପେକ୍ଷା କିଛି ଆସନ ହ୍ରାସ ପାଇବା ଆଶଙ୍କା କରାଯାଉଛି।

ଗତ ୨୦୧୫ ବିଧାନସଭା ନିର୍ବାଚନରେ ଆପ ଭଲ ପ୍ରଦର୍ଶନ କରିବା ସହ ୭୦ ରୁ ୬୭ ଆସନ ହାତେଇ ଥିଲା। ହେଲେ ଏଥର ୪୪ ରୁ ୫୭ ଆସନ ମିଳିପାରେ। ତେବେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସ୍ପଷ୍ଟ ବହୁମତ ଲାଗି ୩୬ ସିଟ୍ ଆବଶ୍ୟକ।
ଦିଲ୍ଲୀ ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତା ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ତେବେ ଏହାର ଫାଇଦା ବିଜେପିକୁ ମିଳିନଥିବା ଦେଖା ଯାଉଛି। ଗତ ଥର ମାତ୍ର ୩ ସିଟ୍ ଆସନରେ ବିଜୟୀ ହୋଇଥିବା ବିଜେପି ଏଥର ୨୬ ସିଟ୍ ଯାଏ ହାତେଇବା ଅନୁମାନ କରାଯାଉଛି।
କଂଗ୍ରେସ ସ୍ଥିତିରେ ଏଥର ବି କିଛି ସୁଧାର ଆସିବା ଦେଖା ଯାଉନି। ହେଲେ ଏକ ସିଟ୍ ମିଳିଲେ କଂଗ୍ରେସ ବହୁ ଭାଗ୍ୟବାନ ମନେ କରିବ।
ଏ ଗ୍ ଜି ଟ ପୋଲ୍
ଆଜ ତକ୍ ଏକ୍ସିସ୍ ମାଇ ଇଣ୍ଡିଆ
ଆପ : ୫୯ – ୬୮
ବିଜେପି : ୨ – ୧୧
କଂଗ୍ରେସ: ୦
ଏବିସି ସି ଭୋଟର
ଆପ : ୪୯- ୬୩
ବିଜେପି : ୫ -୧୯
କଂଗ୍ରେସ : ୦
ନ୍ୟୁକ୍ ଏକ୍ସ ନେତା
ଆପ : ୫୩-୫୭
ବିଜେପି : ୧୧ -୧୭
କଂଗ୍ରେସ : ୦ -୨
ଟାଇମସ୍ ନାଓ ଇପସୋସ୍
ଆପ : ୪୪
ବିଜେପି: ୨୬
କଂଗ୍ରେସ : ୦
ଟିଭି ୯ ଭାରତବର୍ଷ ସିସେରୋ
ଆପ : ୫୪
ବିଜେପି :୧୫
କଂଗ୍ରେସ : ୦୧
ରିପବ୍ଲିକ ଟିଭି ଜନ୍ କି ବାତ୍
ଆପ : ୪୮ – ୬୧
ବିଜେପି : ୦୯ – ୨୧
କଂଗ୍ରେସ : ୦ -୧
ଇଣ୍ଡିଆ ଟିଭି
ଆପ : ୪୪
ବିଜେପି : ୨୬
କଂଗ୍ରେସ : ୦
