ନବନୀତା ବ୍ୟୁରୋ, ଭୁବନେଶ୍ୱର/ଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି । ଗୁରବାର ମଧ୍ୟସ୍ଥତା କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ମଧ୍ୟସ୍ଥତା କମିଟିର ଅଧ୍ୟକ୍ଷ ତଥା ସ୍ୱେଚ୍ଛାକୃତ ଅବସର ନେଇଥିବା ବିଚାରପତି କଲିଫୁଲ୍ଲା ସର୍ବୋଚ୍ଚ ଅଦାଲତରେ ରିପୋର୍ଟ ଦାଖଲ କରିଛନ୍ତି । ତେବେ ରିପୋର୍ଟ ଗୋପନୀୟ ରଖାଯିବା ସହ ମଧ୍ୟସ୍ଥତା ଜାରି ରହିବ ବୋଲି କୋର୍ଟ କହିଛନ୍ତି । ଏଥିସହ ୩୧ ତାରିଖ ସୁଦ୍ଧା ମଧ୍ୟସ୍ଥତାର ଫଇସଲା କରିବାକୁ କମିଟିକୁ କହିଛନ୍ତି ସବୋର୍ଚ୍ଚ ଅଦାଲତ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୨ ତାରିଖକୁ ଧାର୍ଯ୍ୟ କରାଯାଇଛି ।
ବିଚାରପତି ଗୋଗୋଇ ଅଧ୍ୟକ୍ଷତା କମିଟିକୁ କହିଥିଲେ ଯେ, ଯଦି ମଧ୍ୟସ୍ଥତା ପ୍ରକ୍ରିୟାରେ କିଛି ନିଷ୍କର୍ସ ନ ବାହାରିବ ତାହେଲେ ୨୫ ଜୁଲାଇରୁ ଏହି ମାମଲାର ନିୟମିତ ଶୁଣାଣି କରାଯିବ । ମାମଲାର ଅଗ୍ରଗତି ଓ ଏବର ସ୍ଥିତି ସଂପର୍କରେ ୧୮ ଜୁଲାଇ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ । କୋର୍ଟ ଗତ ୧୧ ଜୁଲାଇରେ କହିଥିଲେ ଯେ, ଜୁଲାଇ ୧୮ ସୁଦ୍ଧା ରିପୋର୍ଟ ଦାଖଲ କଲେ ଅଦାଲତ ଆଗକୁ ଆଦେଶ ଜାରି କରିବାକୁ ସୁବିଧାହେବ ।
ଅଯୋଧ୍ୟା ଜମି ବିବାଦ ମାମଲାର ଶୀଘ୍ର ଶୁଣାଣି ନେଇ ଗତ ୯ ତାରିଖରେ ଗୋପାଳ ସିଂ ବିଶାରଦ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏବଂ ମଧ୍ୟସ୍ଥତା ପ୍ରକ୍ରିୟାରେ ସେମିତି କିଛି ଅଗ୍ରଗତି ହୋଇନଥିବା ଗୋପାଳ ଅଦାଲତକୁ ଦର୍ଶାଇଥିଲେ । ଏଥିଲାଗି ମାମଲାର ଶୀଘ୍ର ନିଷ୍ପତି ପାଇଁ ତାରିଖ ଘୋଷଣା କରିବାକୁ କୋର୍ଟରେ ଆବେଦନ କରିଥିଲେ ।
ଅଯୋଧ୍ୟା ଜମି ବିବାଦ ମାମଲା, ଅଗଷ୍ଟ ୨ରେ ପରବର୍ତ୍ତୀ ଶୁଣାଣି
