ଭୁବନେଶ୍ୱର/ ବଲାଙ୍ଗିର ଏନ୍ଏନ୍ ବ୍ୟୁରୋ l: ସାହିତ୍ୟ ପତ୍ରିକା ସ୍ଵୟଂସିଦ୍ଧା ର ପାର୍ବଣ ସଂଖ୍ୟା ଲୋକାର୍ପିତ l ପବିତ୍ର ଦୀପାବଳି ଅବସରରେ ‘ସ୍ୱୟଂସିଦ୍ଧା ଫାଉଣ୍ଡେସନ୍’ ପକ୍ଷରୁ ପ୍ରକାଶିତ ଚତୁର୍ମାସିକ ସାହିତ୍ୟ, ଫିଚର ଓ ସମ୍ବାଦଧର୍ମୀ ପତ୍ରିକା ସୃଜନର ନବ ଉନ୍ମେଷ ‘ସ୍ୱୟଂସିଦ୍ଧା’ର ପାର୍ବଣ ସଂଖ୍ୟା ଶୈଳଶ୍ରୀ ବିହାରସ୍ଥିତ ମା’ ତାରିଣୀ ମନ୍ଦିରଠାରେ ପାଠକାର୍ପିତ ହୋଇଯାଇଛି । ମା’ ତାରିଣୀଙ୍କଠାରେ ପୂଜାର୍ଚ୍ଚନା ପରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ‘ସ୍ୱୟଂସିଦ୍ଧା’କୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବି ସୁରେଶ ସାଗର, କବି ଗାରିମା ନାଥ, ‘ସ୍ୱୟଂସିଦ୍ଧା’ର ସଂପାଦକ ଡକ୍ଟର ସୁଶୀଳ କୁମାର ବାଗ୍, ଲେଖିକା ଡକ୍ଟର କ୍ଷୀରୋଦିନୀ ବେହେରା, ଫାଉଣ୍ଡେସନର ଟ୍ରଷ୍ଟି ମଧୁସ୍ମିତା ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଂଖ୍ୟାରେ ଓଡ଼ିଶାର ବହୁ ପ୍ରତିଷ୍ଠିତ ଓ ଯୁବ ଲେଖକଲେଖିକାଙ୍କ କବିତା, ଗପ, ପ୍ରବନ୍ଧ, ଫିଚର, ଶିଶୁ କବିତା, ଅନୁବାଦ, ସାକ୍ଷାତକାର ଆଦି ପ୍ରକାଶ ପାଇଛି । ‘ସ୍ୱୟଂସିଦ୍ଧା’ର ପାର୍ବଣ ସଂଖ୍ୟାଟି ପାଠକମାନଙ୍କ ଦ୍ୱାରା ଆଦୃତି ଲାଭ କରିବ ବୋଲି ଆଶା କରାଯାଏ ।
‘ସ୍ୱୟଂସିଦ୍ଧା’ର ପାର୍ବଣ ସଂଖ୍ୟା ପାଠକାର୍ପିତ
