ପୁରୀ ବେଳାଭୂମିରେ ନାଲକୋ ପକ୍ଷରୁ ସଫେଇ ଓ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ l ନାଲକୋ ପକ୍ଷରୁ ସ୍ଵଚ୍ଛତା ସଚେତନତା କାର୍ଯ୍ୟକ୍ରମ l ପୁରୀ ବେଳାଭୂମିରେ ଏହି ସଫେଇ ଓ ସ୍ବଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ସ୍ବଚ୍ଛତା ହିଁ ସେବା ୨୦୨୬ ଅଭିଯାନର ଅଂଶ ସ୍ବରୂପ ଏବଂ ବେଳାଭୂମି ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ସଫେଇ କାର୍ଯ୍ୟକ୍ରମ କରାଯାଇଛି I କାର୍ଯ୍ୟକ୍ରମରେ ନାଲକୋର ନିର୍ଦେଶକ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ଉତ୍ପାଦନ) ଡ. ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ), ଏବଂ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ବିତ୍ତ) ପ୍ରମୁଖ ଉପସ୍ଥିତ ଥିଲେ ।

 

ଏ ଅବସରରେ ପୁରୀ ବେଳାଭୂମିରେ ସ୍ବଚ୍ଛତା ସମ୍ପର୍କିତ ବାର୍ତ୍ତା ଦେଉଥିବା ଏକ ବାଲୁକା କଳା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ବାଲୁକା କଳା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହିତ ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ଯ ପ୍ରଦାନ କରିଥୂଲା । ଏହି ସଚେତନତା କାର୍ଯ୍ୟକ୍ରମରେ ନାଲକୋର ବରିଷ୍ଠ ଅଧୂକାରୀ, କର୍ମଚାରୀ, ନାଲକୋ ଫାଉଣ୍ଡେସନର କର୍ମକର୍ତ୍ତା, ସହଯୋଗୀ ଏବଂ ବିଶ୍ବମ୍ବର ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।