ଶିମଲାରେ ସ୍କୁଲ ବସ୍ ଦୁର୍ଘଟଣା, ୨ ଛାତ୍ରୀଙ୍କ ସହ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ଦେଶ ଓ ବିଦେଶବଡ଼ ଖବର

ଦିଲ୍ଲୀ/ଭୁବନେଶ୍ୱର, ନବନୀତା ବ୍ୟୁରୋ, ହିମାଚଳ ପ୍ରଦେଶରେ ସ୍କୁଲ ବସ ଦୁର୍ଘଟଣା । ଶିମଲାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଖାଇରେ ପଡିବାରୁ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀଙ୍କ ସହ ବସର ଡ୍ରାଇଭରଙ୍କ ମଧ୍ୟ ଜୀବନ ଯାଇଛି । ଏଥିସହ ଦୁର୍ଘଟଣାରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଏକ ଏଚଆରଟିସି ବସ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ହେଲେ ଯିବା ବାଟରେ ଝଂଝିଡିରେ ବସଟି ଖାଇରେ ଖସି ପଡିବାରୁ ଦୁର୍ଘଟଣାର ଶିକାର ହୋଇଥିଲା । ଖବର ପାଇ ଆଖଆଖ ଅଂଚଳର ଲୋକ ଘଟଣାଜାଗାରେ ପହଂଚି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ । ହେଲେ ସେଠାରେ ବସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ତେବେ ଘଟଣାରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଆଇଜିଏମସିରେ ଭର୍ତି କରାଯାଇଛି ।
ଶିମଲା ପୋଲିସ ଅଧୀକ୍ଷକ ଓମାପତି ଜମ୍ବାଳଙ୍କ କହିବା ଅନୁସାରେ, ଆହତ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲକୁ ନିଆଯାଇଛି । ହେଲେ ଏବେ ସୁଦ୍ଧା ଦୁର୍ଘଟଣାର କାରଣ ଜଣା ପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।