ଦିଲ୍ଲୀ/ଭୁବନେଶ୍ୱର, ନବନୀତା ବ୍ୟୁରୋ, ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିବା ଜଣା ପଡିଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । କିସ୍ତୱାଡରେ ଗଭୀର ଖାଇରେ ଏକ ମିନି ବସ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ସେ ମଧ୍ୟରୁ ୩ ଜଣଙ୍କୁ ଜମ୍ମୁ ଏୟାରଲିଫ୍ଟ କରା ଯାଇଛି । ଆହତଙ୍କୁ ଏୟାରଲିଫ୍ଟ କରିବା ଲାଗି ଆଉ ଏକ ହେଲିକପଟର କିସ୍ତୱାଡାକୁ ଯାଇଛି ।
କିସ୍ତୱାଡ଼ର ସିରଗବାରି କେଶୱନ ଅଂଚଳରେ ଏକ ମିନି ବସି ଗଭୀର ଖାଇରେ ଖସି ପଡିଲା । କ୍ଷମତାଠାରୁ ଅଧିକ ଯାତ୍ରୀ ନେଉଥିବାର ମିନି ବସଟି ଦୁର୍ଘଟଣାଗସ୍ତ୍ର ହୋଇଥିବା କୁହାଯାଉଛି । ଘଟଣା ପରେ ସେଠାରେ ହୋ ହଲ୍ଲାରେ କଂପି ଯାଇଥିଲା ।
ସୂଚନା ଅନୁସାରେ ଦୁର୍ଘଟଣାଗସ୍ତ ହୋଇଥିବା ମିନି ବସର ନଂ ହେଉଛି ଜେକେ-୧୭-୬୭୮୭ । ଏହି ବସ କେଶୱନରୁ ଯାତ୍ରୀଙ୍କୁ ନେଇ କିସ୍ତୱାଡ ଅଭିମୁଖେ ଯାଉଥିଲା । ଆଜି ସକାଳ ସାଢ଼େ ୮ଟାରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଖବର ପାଇ ସ୍ଥାନୀୟ ଲୋକ, ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଂଚିଥି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୬ ଜରଙ୍କୁ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଇଥିଲେ । ତେବେ କିଭଳି ସ୍ଥିତିରେ ଦୁର୍ଘଟଣା ଘଟିଲା ତାର କାରଣ ଜଣା ପଡି ନାହିଁ ।
ଘଟଣାରେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦେବାକୁ ରାଜ୍ୟପାଳ ଘୋଷଣା କରାଯାଇଛି । ଏଥିସହ ଆହତଙ୍କୁ ଭଲ ଚିକିତ୍ସା କରାଇବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଜମ୍ମୁ କଶ୍ମୀର କିସ୍ତୱାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩୬ ମୃତ, ୧୬ ଆହତ
