ଏନ୍ଏନ୍ ବ୍ୟୁରୋ l ବଲାଙ୍ଗିର ସାଉନ୍ତପୁରରେ ଚାଲିଥିବା ଜିଲ୍ଲାସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ସୁରଜମହଲ ହାଇସ୍କୁଲ ଖେଳପଡିଆଠାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଡିଓ ଅମରେନ୍ଦ୍ର ସ୍ଵାଇଁ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟତମ ଅତିଥି ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି ଅଜିତ ପଣ୍ଡା, ସମିତି ସଭ୍ୟା ବବିତା ପୁଟେଲ, ସ୍ଥାନୀୟ ପ୍ୟାକ୍ସ ସମ୍ପାଦକ ସୁଦର୍ଶନ ଭୋଇ ପ୍ରମୁଖ ସାମିଲ ହୋଇଥିଲେ l ଏବଂ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ଏ ଅବସରରେ ପୁଇଁତଳା ଛାତ୍ର ଦଳ ଓ ଦେଓଗାଁ ଛାତ୍ରୀ ଦଳଙ୍କୁ ପୁରସ୍କୃତ କରିଥିଲେ ଉପସ୍ଥିତ ଅତିଥି l ଏବଂ ରାଜ୍ୟସ୍ତରରେ ମଧ୍ଯ ସଫଳତା ହାସଲ କରିବା ପାଇଁ ଶୁଭେଛା ଜଣାଇଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l
ସୁରଜମଲ ହାଇସ୍କୁଲରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
