୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ସୁଶାନ୍ତ ସିଂ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ସୋହେଲାରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ବରଗଡ଼ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗ ଦେଇ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ। ୧୪ ଜଣ ମୃତକଙ୍କ ପରିବାରଙ୍କୁ ୨୮ ଲକ୍ଷ ୭୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ୪୨ ଜଣ ହିତାଧିକାରୀଙ୍କୁ ବିବାହ ସହାୟତା ପାଇଁ ୨୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ୮ ଜଣ ହିତାଧିକାରୀଙ୍କୁ ଶିକ୍ଷା ସହାୟତା ପାଇଁ ୮୦ ହଜାର ୪୦୦ ଟଙ୍କା ଓ ହଜାରେ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ ସୁଶାନ୍ତ ସିଂ।ଏଥିରେ ଜିଲ୍ଲା ପରିଷଦ ସଭ୍ୟା ରୋଜି ନାଏକ, ଡିଭିଜନାଲ ଲେବର କମିଶନର ମାନଭଞ୍ଜନ ପଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା ଏବଂ ପୂର୍ବତନ ସରପଞ୍ଚ ସୁବୋଧ ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।