ଟ୍ରକ୍ ପଛରେ ପିଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶାବଡ଼ ଖବର

ଏନ୍ଏନ୍ ବ୍ୟୁରୋ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହି ବସ୍। ଦୁର୍ଘଟଣାରେ ୨୪ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗିରରୁ ବରଗଡ଼ ଆଡ଼କୁ ଯାଉଥିବା ଘରୋଇ କୁମୁଦିନୀ ବସ୍ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକର ପଛ ପଟେ ପିଟି ହୋଇଥିଲା। ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ।

ସୂଚନା ଅନୁସାରେ, ବଲାଙ୍ଗିରରୁ ବରଗଡ଼ ଯାଉଥିବା କୁମୁଦିନୀ ବସ୍ ଲୋଇସିଂହା ନିକଟରେ ଏକ ଟ୍ରକର ପଛ ପଟେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନେକ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପ୍ରଥମେ ଆହତ ସମସ୍ତ ଯାତ୍ରୀଙ୍କୁ ଲୋଇସିଂହା ମେଡିକାଲରେ ଚିକିତ୍ସା କରାଯାଇଥିଲା। ହେଲେ ଗୁରୁତର ୫ ଜଣଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।