ଜିଲ୍ଲା ଯୁବ କୁଲତା ସମାଜ ପକ୍ଷରୁ ବୃକ୍ଷରୋପଣ

ଓଡ଼ିଶା

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭରସୁଜା ଜଳନ୍ଦର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନିରୁପମା ପ୍ରଧାନ, ଭରସୁଜା ସରପଞ୍ଚ ପ୍ରମିଳା ସାହୁ, ଝରଣିପାଲି ସରପଞ୍ଚ ସୁନିତା ସାହୁ, କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ । ଏଥିରେ ୫୦ଟି ଚାରା ରୋପଣ କରାଯାଇଥିଲା। ତେବେ ଯୁବ କୁଲୁତା ସମାଜର ଏଭଳି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି ଦେବକୀ ସାହୁ।

ଏ ଅବସରରେ ପ୍ରାଚୀ ପ୍ରିୟଦର୍ଶିନୀ ପାତ୍ରଙ୍କୁ ମୁଖ୍ୟ ଅତିଥି ଟ୍ରଫି ଓ ଉପଢୈାକନ ସହ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଲେଙ୍କା ସାହୁ, ଶ୍ରଦ୍ଧାପାଲିର ପୂର୍ବତନ ସରପଞ୍ଚ ସଂଜିବ ଭୋଇ, ଲକ୍ଷ୍ମୀକାନ୍ତ ଭୋଇ, କରୁଣା ପାତ୍ର, ପ୍ରେମାନନ୍ଦ ପ୍ରଧାନ, ଜିତେନ୍ଦ୍ର ବିଶ୍ୱାଲ, ଭୁବନେଶ୍ୱର ଭୋଇ, ଅମିତ ବାରିକ, ଦେବାଶିଷ ପ୍ରଧାନ ସମେତ ଆଗଲପୁର ବ୍ଲକର ଅନେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ। ଏବଂ ଆଗଲପୁର ବ୍ଲକକୁ ସବୁଜିମା କରିବା ପାଇଁ ସମସ୍ତ ସଦସ୍ୟ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅସୀମ ସାହୁ ପରିଚାଳନା କରିଥିବା ବେଳେ ସମାଜସେବୀ ପଞ୍ଚୁ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।