ଆରପାରିରେ ପୂର୍ବତନ ସରପଂଚ ଶାନ୍ତିଲତା ସିଂ ଭୋଇ

ଓଡ଼ିଶାବଡ଼ ଖବରରାଜନୀତି

ଏନ୍ଏନ୍ ବ୍ୟୁରୋ। ଆରପାରିରେ ଶାନ୍ତିଲତା ସିଂ ଭୋଇ। ବଲାଙ୍ଗିର ଜିଲ୍ଲl ଆଦିବାସୀ କଲ୍ୟାଣ ସଂଘ ସଭାପତିଙ୍କ ପତ୍ନୀ ତଥା ସଇଁତଳା ପୂର୍ବତନ ସରପଂଚ ଶାନ୍ତି ଲତା ସିଂ ଭୋଇଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସଇଁତଳା ସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାନ୍ତିଲତା। ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ବ୍ରଜ କିଶୋର ସିଂ ଭୋଇ , ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୁଅ ପପୁ ସିଂ ଭୋଇ, ବିଶିଷ୍ଟ ଆଇନଜୀବୀ ଜପେଶ୍ୱର୍ ଜାନୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ସ୍ଥାନୀୟ ସାଇ ରାମ ପଡା ନିକଟସ୍ଥ ଶ୍ମଶାନରେ ତାଙ୍କର ଶେଷ କୃତ ସମାପନ କରା ଯାଇଥିବା ବେଳେ ବଡ ପୁଅ ପପୁ ମୁଖାଗ୍ନି ଦେଇଥିଲେ l ସ୍ଥାନୀୟ ଐତିହାସିକ ଚଣ୍ଡୀ ମନ୍ଦିର ପାଇଁ ଏହି ପରିବାରର ବିଶେଷ ଅବଦାନ ରହିଛି l

ଶlନ୍ତି ଲତା ଦେବୀ ସ୍ଥନୀୟ ଅଞ୍ଚଳରେ ଜଣେ ଧର୍ମ ପରାୟଣ ମହିଳା ଥିଲେ l ସ୍ଥାନୀୟ ସରପଞ୍ଚ ଭୀମ ସେନ ସ୍ୱାଇଁ, ସମାଜସେବୀ ମଦନ ଲାଲ ଅଗ୍ରୱାଲ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ l ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ବ୍ଲକ୍ ସଭାପତି ପଦ୍ମନ୍ ପଧାନୀ, ସୁନିଲ ମାଝି, ଜିଲ୍ଲା ସମ୍ପାଦକ ହେମେନ୍ଦ୍ରନଥ ହାଁସଦା, ଦେବ ସିଂ ମାଝି , ନିତ୍ୟାନନ୍ଦ ମାଝି , ରାଜୀବ କୁମାର, ବାନଲତ ମାଝି, ଦଶରଥ ଛତ୍ରିଆ, ଶ୍ୟାମସୁନ୍ଦର ଭୋଇ , ମୁରିବହାଳର କାର୍ଯକାରୀ ସଭାପତି ରାଜୀବ କୁଆଁର , କୈଳାଶ ପଧାନୀ , ସଇଁତଳା ବ୍ଲକ୍ ହୀରା କାହାଳୀଙ୍ଗ , ସଭାପତି ସନ୍ତୋଷ ପୁଟା, ପଶ୍ଚିମ ଓଡ଼ିଶା ମହାସଚିବ ନିରଞ୍ଜନ ବିଶି ଓ ବିଶିକେଶନ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ l