ଏନ୍ଏନ୍ ବ୍ୟୁରୋ। ଡିଜିଟାଲ ପ୍ଲାଟଫର୍ମରେ ନିଜର ଚମତ୍କାରିତା ପ୍ରଦର୍ଶନ କରିବାକୁ ଯାଉଛି ନିହାର ନମନ ଫିଲ୍ମସ (ଏନଏନଏଫ)। ନିୟମିତ ଭାବେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ମ୍ୟୁଜିକ ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର, ୱେବ ସିରିଜ ନିର୍ମାଣ କରାଯିବ। ଏହି କ୍ରମରେ ପ୍ରଥମ କରି ମୁକ୍ତିଲାଭ କରିଛି ଏକ ସାଇ ଭଜନ। ‘ସାଇ ଶଙ୍କର..’ ଶୀର୍ଷକ ଏହି ଗୀତଟିକୁ ଶଶାଙ୍କ ଶେଖରଙ୍କ କଣ୍ଠରେ ରେକର୍ଡ କରାଯାଇଛିି। ବୈଦ୍ୟନାଥ ଦାଶ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଗୀତ ଲେଖିଛନ୍ତି ସଂଗ୍ରାମ କେଶରୀ। ଏହାର ପ୍ରଯୋଜନା କରିଛନ୍ତି ଲିପୁ ବାବୁ ଓ ସିପୁ ବାବୁ। ଗୀତଟି ଶ୍ରୁତିମଧୁର ହେବା ସହ ସାଇ ପ୍ରେମୀଙ୍କୁ ଭକ୍ତି ରସରେ ବାନ୍ଧି ପାରିଛି। ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ସହ ଏନଏନଏଫର ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲରେ ଏହା ଏବେ ଉପଲବ୍ଧ। କେଵଳ ସେତିକି ନୁହେଁ ଆଗକୁ ନୂଆବର୍ଷ ଉପଲକ୍ଷେ ଏନଏନଏଫ ପକ୍ଷରୁ ଓଡିଶାର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ଫିଲ୍ମ ମୁକ୍ତିଲାଭ କରିବ ଯାହାକୁ ନେଇ ସବୁ ମହଲରେ ଅପେକ୍ଷା ରହିଛି।
ଏନଏନଏଫରେ ମୁକ୍ତିଲାଭ କଲା ସାଇ ଭଜନ ‘ସାଇ ଶଙ୍କର’
