ଏନ୍ଏନ୍ ବ୍ୟୁରୋ। କରୋନା ମହାମାରୀ ମୁକାବିଲା ଲାଗି ସରକାର ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ପ୍ରତ୍ୟେକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ଖର୍ଚ୍ଚ ଜାଣିବା ପାଇଁ ସୂଚନା ଅଧିକାର କର୍ମୀ ଚିତ୍ତରଞ୍ଜନ ସାହୁଙ୍କ ଦ୍ୱାରା ସୂଚନା ଅଧିକାର ବଳରେ ସବୁ ତଥ୍ୟ ମଗାଯାଇଥିଲା।
ଗତ ତିନି ମାସ ତଳେ ଚିତ୍ତରଞ୍ଜନ ସାହୁ ବ୍ଲକ କାର୍ଯ୍ୟାଳୟକୁ ବ୍ଲକର ୨୨ଟି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ କେତେ ପ୍ରବାସୀ ଆସିଥିଲେ ଓ ତାଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ସମ୍ପୂର୍ଣ ବିବରଣୀ ମାଗିଥିଲେ।

ସୂଚନା ଅଧିକାର ପାଇବା ପାଇଁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ତାଙ୍କୁ ସମ୍ପୂର୍ଣ ତଥ୍ୟ ପ୍ରଦାନ କରାଯାଇ ନାହିଁ। ତାଙ୍କୁ ଯେଉଁ ୧୪ଟି ପଞ୍ଚାୟତର ତଥ୍ୟ ଦିଆଯାଇଛି ତାହା ମନଗଢା ହାତଲେଖା। ତାହା ଭିତରେ କେବଳ ହାତଲେଖା ଅଛି, କୌଣସି ପଞ୍ଚାୟତର ବିଲ ନାହିଁ ବୋଲି ସୂଚନା ଅଧିକାର କର୍ମୀ ଜଣକ ଅଭିଯୋଗ ଆଣିଛନ୍ତି। ଶ୍ରୀ ସାହୁଙ୍କ ଓପିଲ ପରେ ବ୍ଲକ କାର୍ଯ୍ୟାଳୟର ନୋଟିସ କ୍ରମେ ଚିତ୍ତରଞ୍ଜନ ସାହୁ ଆସି ହାଜତ ହୋଇଥିଲେ ତାଙ୍କୁ ବ୍ଲକ ସୂଚନା ଅଧିକାର ଆସନ୍ତା ସାତ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି କହିଥିଲେ।
