ଟିଟିଲାଗଡ଼ରେ ଜାତୀୟ ପ୍ରେସ ଦିବସ

ଓଡ଼ିଶା

ଏନ୍ଏନ୍ ବ୍ୟୁରୋ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଏକ ହଟେଲରେ ନିରାଡମ୍ବର ଭାବେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଦୀପକ ସମଦାରଙ୍କ ସଭାପତିତ୍ୱରେ ଏହି ଦିବସ ଅନୁଷ୍ଠିତ ହୋଇଛି। ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ ଭାବେ ସାମ୍ବାଦିକ ନିଜ କର୍ତ୍ତବ୍ୟ ସମ୍ପାଦନ କରିଆସୁଥିବା ବେଳେ ତାଙ୍କ ପ୍ରତି ସରକାର ସ୍ୱତନ୍ତ୍ର ଯୋଜନା ମାନ ପ୍ରଣୟନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ ମହାମାରୀ କରୋନା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ସୁବିଧା, ସୁଯୋଗ ଯୋଗାଇବା ନିହାତି ଜରୁରୀ ମନେ କରାଯାଉଛି।

ନିରପେକ୍ଷତା ସହ ନିଜ ଦାୟୀତ୍ଵ ତୁଲାଇ ଆସୁଥିବା ଏହି ସାମ୍ବାଦିକ ମାନଙ୍କ ପାଇଁ ଏକ ଦାବିପତ୍ର ଓୟୁଜେ ଟିଟିଲାଗଡ ଶାଖା ତରଫରୁ ଜାତୀୟ ପ୍ରେସ ଦିବସ ଅବସରରେ ଏକ ଦାବିପତ୍ର ସରକାରଙ୍କ ପାଖକୁ ପାଠ କରାଯାଇଛି। ଏଥିରେ ସମସ୍ତ ସାମ୍ବାଦିକମାନେ ନିଜ ନିଜର ମତବ୍ୟକ୍ତ କରିବା ସହ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ତଥା ବିଭିନ୍ନ ଦାବି ପୂରଣ ବାବଦରେ ଆଲୋଚନା ହୋଇଥିଲା।