ଦିଲ୍ଲୀ: ସିଲଭର ସ୍କ୍ରିନରେ ପୁଣି ଥରେ ଏକାସାଙ୍ଗରେ ଦେଖିବାକୁ ମିଳିବେ ଦୀପିକା ପାଦୁକୋନ ଓ ରଣବୀର ସିଂ । ଦୀପିକା ନିଜ ପତି ରଣବୀରଙ୍କ ସହ କବିର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ଚାଲିଥିବା ଫିଲ୍ମ ୮୩ରେ ଅଭିନୟ କରିଛନ୍ତି । ଏହା ହେଉଛି ଚତୁର୍ଥ ଫିଲ୍ମ ଯେଉଁଥିରେ ଦୀପିକା- ରଣବୀର ଯୋଡ଼ି ଦେଖିବାକୁ ମିଳିବ । ଏଥିରେ ରଣବୀର ପୂର୍ବତନ କ୍ରିକେଟ କ୍ୟାପଟେନ କପିଳ ଦେବଙ୍କ ଭୂମିକାରେ ଆସିବେ । ଅନ୍ୟପଟେ ଦୀପିକା ତାଙ୍କ ପତ୍ନୀ ରୋମି ଭାଟିଆଙ୍କ ରୋଲ ନିଭାଇବେ । ମଜାଦାର କଥା ହେଲା, ଏଇଟା ପ୍ରଥମ ସିନେମା ହେବ ଯେଉଁଥରେ ଉଭୟଙ୍କ ଯୋଡ଼ି ଶେଷ ଯାଏ ସେମିତି ଜୀବନ୍ତ ହୋଇ ରହିବ ।
ହାଲିଆ ରିପୋର୍ଟସ ଅନୁସାରେ, ଦୀପିକା ଏହି ଫିଲ୍ମରେ କମ ରୋଲ ପାଇଁ ଅଭିନୟ କରିବାକୁ ନାରାଜ ଥିଲେ । ପୂର୍ବରୁ ଦୀପିକା ସମସ୍ତ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଏଥିରେ ତାଙ୍କ ରୋଲ ବହୁତ କମ୍ ରହିଛି । ତେଣୁ ଏହି ସିନେମାରେ ସେ ରୋଲ କରିବାକୁ ନାପସନ୍ଦ କରୁଥିଲେ । ହେଲେ ଏହି ଛୋଟ ରୋଲ ଲାଗି ଦୀପିକାଙ୍କୁ ୧୪ କୋଟି ଅଫର କରାଯିବା ପରେ ସେ ଏଥିରେ ଅଭିନୟ କରିବାକୁ ରାଜି ହୋଇଛନ୍ତି ।
ଭାରତୀୟ କ୍ରିକେଟ ଟିମ ପ୍ରଥମ କରି ଜିତିଥିବା ବିଶ୍ୱକପ୍ର କାହାଣୀ ଉପରେ ଏହି ଫିଲ୍ମ ୮୩ ଆଧାରିତ । ଫିଲ୍ମରେ ଭାରତୀୟ ଟିମର ବିଜୟୀ ହେବା ନେଇ ଯାହା ଝଡଯଂଜା ରହିଛି ତାହା ଏଥିରେ ଦେଖା ଯିବ । ଏବେ ଫିଲ୍ମର ପୁରା ଟିମ୍ ସୁଟିଂ ଲାଗି ଇଲଂଣ୍ଡରେ ଅଛନ୍ତି ।
ରଣବୀର ସିଂଙ୍କ ‘୮୩’ ଫିଲ୍ମରେ ରୋଲ ଲାଗି ୧୪ କୋଟି ଟଙ୍କାରେ ଦସ୍ତକତ କଲେ ଦୀପିକା
