ଏମସ ଏମବିବିଏସ ପ୍ରବେଶ ପରୀକ୍ଷାରେ ଭବିକ ବଂଶଲ ଇଣ୍ଡିଆ ଟପ୍ପର

ଓଡ଼ିଶାଦେଶ ଓ ବିଦେଶ

ଦିଲ୍ଳୀ: ଡାକ୍ତରୀ ପରୀକ୍ଷା ଏମସ ଏମବିବିଏସ ପ୍ରବେଶ ଫଳାଫଳ ପ୍ରକାଶ । ବୁଧବାର ବିଳମ୍ବିତ ରାତିରେ ଏହି ଫଳାଫଳ ବାହାରିଛି । ଚଳିତ ବର୍ଷ ୪ ଛାତ୍ରୀ ଶହେରୁ ଶହେ ପ୍ରତିଶତ ମାର୍କ ହାସଲ କରିଛନ୍ତି । ହେଲେ ବିଷୟ ଆଧାରରେ ପ୍ରତିଶତ ବ୍ୟବଧାନ ରହିଥିବାରୁ ଚାରି ଜଣଙ୍କୁ ୧ରୁ ୪ ପର୍ଯ୍ୟନ୍ତ ରାଙ୍କ ମିଳିଛି । ଏଥିସହ ୫ରୁ ୩୬ ରାଙ୍କ ପାଇଥିବା ୩୨ ଛାତ୍ରଛାତ୍ରୀ ୯୯.୯୯ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।
ନୀଟ ପରୀକ୍ଷାରେ ସାରା ଦେଶରେ ଦ୍ୱିତୀୟ ଓ ଦିଲ୍ଲୀ ଏନସିିଆରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭାବିକ ବଂଶଲ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଶହେ ପ୍ରତିଶତ ମାର୍କ ସହ ଭବିକ ଜୈବବିଜ୍ଞାନ, ରସାୟନ ଓ ପଦାର୍ଥ ବିଜ୍ଞାନରେ ଶତ ପ୍ରତିଶତ ମାର୍କ ରଖିଛନ୍ତି । ହେଲେ ସାଧାରଣ ଜ୍ଞାନରେ ସେ ୯୯.୯୭ ପ୍ରତିଶତ ରଖି ଇଣ୍ଡିଆ ଟପ୍ପର ହୋଇଛନ୍ତି ।
ପୂର୍ବ ଦିଲ୍ଲୀର ବିଶ୍ୱାସ ନଗରରେ ରହୁଥିବା ଭବିକ ବଂଶଲଙ୍କ ପିତା ଆରକେ ବଂଶଲ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭବିକ ସକାଳର ୬ଟାରୁ ରାତି ପର୍ଯ୍ୟନ୍ତ ପାଠ ପଢୁଥିଲେ । ଭବିକ କେବଳ ୬ ଘଂଟା ଶୋଉଥିଲେ ବୋଲି ତାଙ୍କ ପିତା ଆରକେ ବଂଶଲ କହିଛନ୍ତି ।
ଦିଲ୍ଲୀ ସହ ଦେଶର ୧୫ ଏମ୍ସରେ ୧୧୫୦ ଏମବିବିଏସ ସିଟ୍ ଲାଗି ୩ ହଜାର ୮୮୪ ଛାତ୍ରଛାତ୍ରୀ ପାସ କରିଛନ୍ତି । ଦିଲ୍ଳୀ ବ୍ୟତୀତ ଭୁବନେଶ୍ୱର, ଋଷିକେଶ, ଭୋପାଳ, ଦେବଗଡ, ଗୋରଖପୁର, ଯୋଧପୁର, କଲ୍ୟାଣି, ମଂଗଳଗିରି, ନାଗପୁର, ପଟଣା, ରାୟବରେଲି, ରାୟପୁର, ତେଲେଙ୍ଗାନା ଓ ବଠିଂଡା ଏମ୍ସ ସାମିଲ ଅଛି ।
ଏ ବର୍ଷ ମେ ୨୫ ଓ ୨୬ରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ୩ ଲକ୍ଷ ୩୮ ହଜାର ୪୫୭ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସେଥି ମଧ୍ୟରୁ ସର୍ବାଧିକ ୧ ଲକ୍ଷ ୮୦ ୯୩୪ ଛାତ୍ରୀ ଥିଲେ ।