ଫରିଦାବାଦର ଏକ ଘରୋଇ ସ୍କୁଲରେ ଅଗ୍ନିକାଣ୍ଡ, ୩ ମୃତ

ଦେଶ ଓ ବିଦେଶବଡ଼ ଖବର

ଦିଲ୍ଲୀ: ପୁଣି ସ୍କୁଲରେ ଅଘଟଣ । ଦିଲ୍ଲୀ ଫରିଦାବାଦର ଏକ ଘରୋଇ ସ୍କୁଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ଛାତ୍ର ଅଛନ୍ତି । ଶନିବାର ସକାଳେ ଫରିଦାବାଦର ଏକ କପଡା ଗୋଦାମରେ ନିଆଁ ଲାଗିଥିଲା । ହେଲେ ଗୋଦାମ ସ୍କୁଲ ତଳେ ଥିବାରୁ ନିଆଁ ପୁରା ସ୍କୁଲକୁ ବ୍ୟାପି ଯାଇଥିଲା । ଫଳରେ ନିଆଁରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ଏହି ସ୍କୁଲରେ ପାଠ ପଢ଼ାଉଥିଲେ । ଏଥିସହ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ଏଠାକୁ ମଧ୍ୟ ଅଗ୍ନିଶମ କର୍ମଚାରୀ ବିଳମ୍ବରେ ଆସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ କିଭଳି ପରିସ୍ଥିତିରେ ସ୍କୁଲରେ ନିଆ ଲାଗିଲା ତାହା ଏଯାଏ ଜଣା ପଡି ନାହିଁ । ଗତ ମାସ ଗୁଜରାଟ ସୁରତର ଏକ କୋଚିଂ ସେଂଟରରେ ନିଆଁ ଲାଗି ୨୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।