ଗରିବ, ବେସାହାରା ଲୋକଙ୍କୁ ସହାୟ ହେଲା କ୍ରିଷ୍ଣ କ୍ରିପା ଟ୍ରଷ୍ଟ

ଓଡ଼ିଶାବଡ଼ ଖବର

ନବନୀତା ବ୍ୟୁରୋ। ସାରା ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍ ଜାରି ରହିଛି। ଅନେକ ଗରିବ, ଦୁଃଖୀ, ବେସାହାରା ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଏହି ନିରାଶୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି କ୍ରିଷ୍ଣ କ୍ରିପା ଟ୍ରଷ୍ଟ। ଟ୍ରଷ୍ଟ ମୁଖ୍ୟ ବିରେନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଟ୍ରଷ୍ଟର ସଦସ୍ୟ ମାନେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି।

ଆଜି ବିଲାଇସର୍ଡା ପଞ୍ଚାୟତର ବିଲାଇସର୍ଡା ଗାଁର ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି। ଗାଁର ଶତାଧିକ ଲୋକଙ୍କୁ ୫ କିଲୋଗ୍ରାମ ବାସମତୀ ଚାଉଳ, ୧ କିଗ୍ରା ଲୁଣ ଓ ୧ ଲିଟର ରିଫାଇନ ତେଲ ପ୍ରଦାନ କରାଯାଇଛି। ତେବେ ଏଭଳି ବିପତ୍ତି ସମୟରେ ବେସାହାରା ଲୋକଙ୍କୁ ସହାୟତା କରୁଥିବାରୁ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
ତେବେ ଆଗାମୀ ଦିନରେ ଅନ୍ୟ ଗାଁରେ ମଧ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟର ମୁଖିଆ ବିରେନ୍ଦ୍ର ପଣ୍ଡା କହିଛନ୍ତି। ରବିବାର କଶ୍ରୁପାଲି ଓ ସୋମବାର ବନ୍ଦନାକଟା ଗାଁର ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।