ଦିଲ୍ଲୀ: ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଏନଟିଏ ୱେବସାଇଟ୍ ଡବ୍ଲୁଡବ୍ଲୁଡବ୍ଲୁଡଟ୍ ଏନଟିଏଏନଇଇଟିଡଟ୍ଏନଆଇସିଡଟ୍ଇନ ରୁ ଜାଣି ପାରିବେ । ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ନ୍ୟାସନାଲ ଏଜିଜିବିଲିଟି କମ୍ ଏଂଟ୍ରାନ୍ସ ଟେଷ୍ଟ ବା ନିଟ୍ ପରୀକ୍ଷା ଗତ ମେ ୫ ଓ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ସାରା ଦେଶରେ ପାଖାପାଖି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସେ ମଧ୍ୟରୁ ଓଡ଼ିଶାର ୩୭ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଏହା ପରେ ଆସନ୍ତା ୧୩ରୁ କାଉନସେଲିଂ ଆରମ୍ଭ ହେବ । ସର୍ବଭାରତୀୟ ସ୍ତରରେ ଏହି ପରୀକ୍ଷା ମେ ୫ ତାରିଖରେ ହୋଇଥିଲା । ହେଲେ ବାତ୍ୟା ଫନି ଲାଗି ଓଡ଼ିଶାରେ ଏହି ପରୀକ୍ଷା ମେ ୨୦ ତାରିଖରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଥିଲା । ସର୍ବ ଭାରତୀୟସ୍ତରରେ ରାଜସ୍ଥାନର ନଳୀନ ଖଣ୍ଡେଲୱାଲ ଟପ୍ପର ହୋଇଛନ୍ତି । ସେ ୭୨୦ରୁ ୭୦୧ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଦ୍ୱିତୀୟ ଟପ୍ପର ଦିଲ୍ଲୀର ଭବିକ୍ ବଂସଲ ହୋଇଥିବା ବେଳେ ୟୁପିର ଅକ୍ଷତ କୌଶିକ ତୃତୀୟ ଟପ୍ପର ହୋଇଛନ୍ତି । ଅନ୍ୟପଟେ ଟପ୍ ୧୦୦ ତାଲିକାରେ ୨୦ ଜଣ ଝିଅ ଥିବା ବେଳେ ତେଲେଙ୍ଗାନାର ମାଧୁରୀ ୬୯୫ ମାର୍କ ରଖି ସପ୍ତମ ସ୍ଥାନ ହାସଲ କରିଛନ୍ତି ।
ର୍ୟାଙ୍କ ଟପରଙ୍କ ନାମ ଅଙ୍କ ରାଜ୍ୟ
୦୧ ନଳିନ ଖଣ୍ଡେଳୱାଳ ୭୦୧ ରାଜସ୍ଥାନ
୦୨ ଭାବିକ ବଂଶଲ ୭୦୦ ଦିଲ୍ଲୀ
୦୩ ଅକ୍ଷତ କୌଶିକ ୭୦୦ ଉତ୍ତର ପ୍ରଦେଶ
୦୪ ସ୍ୱସ୍ତିକ ଭାଟିଆ ୬୯୬ ହରିଆଣା
୦୫ ଅନନ୍ତ ଜୈନ ୬୯୫ ଉତ୍ତର ପ୍ରଦେଶ
୦୬ ଭଟ୍ଟ ସାର୍ଥକ ରାଘବେନ୍ଦ୍ର ୬୯୫ ମହାରାଷ୍ଟ୍ର
୦୭ ମାଧୁରୀ ରେଡ୍ଡୀ ଜି ୬୯୫ ତେଲେଙ୍ଗାନା
୦୮ ଧୃବ କୁଶବାହା ୬୯୫ ଉତ୍ତର ପ୍ରଦେଶ
୦୯ ମିହିର ରାୟ ୬୯୫ ଦିଲ୍ଲୀ
୧୦ ରାଧବ ଦୁବେ ୬୯୧ ମଧ୍ୟପ୍ରଦେଶ
ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ
