ଦିିଲ୍ଲୀ: ନିଖୋଜ ହୋଇଯାଇଥିବା ବାୟୁସେନାର ଏଏନ୍-୩୨ ବିମାନର ପତ୍ତା ଏଯାଏ ମିଳି ପାରିନି । ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ବିମାନ ଓ ସେଥିରେ ଥିବା ୧୩ ଜଣଙ୍କ ସଂପର୍କରେ କିଛି ଖୋଜ ଖବର ମିଳି ପାରୁନି । ତେଣୁ ବିମାନ ସନ୍ଧାନରେ ସ୍ୟାଟେଲାଇଟ, ଗୁଇନ୍ଦା ଜେଟ୍, ଯୁଦ୍ଧ ବିମାନ, ହେଲିକ୍ପଟର ଓ ସ୍ଥଳ ଭାଗରେ ସେନା ବାହିନୀ ମିଳିତ ଭାବେ କାର୍ଯ୍ୟରେ ଲାଗିଛନ୍ତି । ହେଲେ କିଛି ସୁଫଳତା ମିଳିନଥିବା ଜଣାପଡ଼ିଛି । ଏପରିକି ନିଖୋଜ ଏଏନ୍-୩୨ ବିମାନରେ କୌଣସିି ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଗିନଥିବାରୁ ଏହାକୁ ଠାବ କରି ପାରୁନାହାନ୍ତି ଉଦ୍ଧାରକାରୀ ଦଳ ।
ଅରୁଣାଚଳ ପ୍ରଦେଶର ଘନ ଜଂଗଲ ଅଂଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ସେଠାରୁ ମଧ୍ୟ ବିମାନର କିଛି ଧ୍ୱଂସାବଶେଷ ମିଳି ନାହିଁ । ସମ୍ଭାବ୍ୟ ଦୁର୍ଘଟଣା କ୍ଷେତ୍ର ଗଣନା ଅନୁସାରେ ଏହି ବିମାନ ସହ ରାଡାର ଓ ରେଡିଓ ମାଧ୍ୟମରେ ସଂପର୍କ କରାଯାଇଛି । ଏହି ଅଂଚଳ ଚୀନର ପଶ୍ଚିମ ସିୟାଂଗ ଜିଲ୍ଳାର ସୀମାନ୍ତ ନିକଟରେ ଅବସ୍ଥିତ । ଏନେଇ ଅରୁଣାଚଳ ପ୍ରଦେଶର ଗୃହମନ୍ତ୍ରୀ ବାମାଂଗ ଫେଲିକ୍ସ କହିଛନ୍ତି, ଏଥିପାଇଁ ୫ଟି ଜିଲ୍ଲାର ନାଗରିକ ଓ ପୋଲିସ ପ୍ରଶାସନକୁ କାମରେ ଲଗା ଯାଇଛି । ଏଥିସହ ସ୍ଥାନୀୟ ଲୋକଙ୍କୁ ସର୍ଚ୍ଚ ଅପରେସନରେ ସାମିଲ ହେବାକୁ ଅପିଲ କରାଯାଇଛି । ଯେଉଁ ସମ୍ଭାବ୍ୟ କ୍ଷେତ୍ରରେ ବିମାନ ଗାୟବ ହୋଇଛି,ତାହା ଘନ ଜଂଗଲ ଅଂଚଳ ହୋଇଥିବାରୁ ସେଠାକୁ ଯିବାଟା ମୁସ୍କିଲ ।
ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ସୂତ୍ରରୁ ଜଣା ପଡିଛି ଯେ, ସ୍ୟାଟେଲାଇଟ କେଣସି ବସ୍ତୁର ଦିନରେ ଦୁଇରୁ ତିନି ଥର ଫଟୋ ନେଇ ପାରିବ । ତେବେ ଏହାର ଏକ ବଡ଼ ସମସ୍ୟା ହେଉଛି, ଘଂଚ ଜଂଗଲ ମଧ୍ୟରେ ଦେଖି ପାରିବ ନାହିଁ । ଯଦି ବିମାନର ଧ୍ୱାଂସବେଶେଷ ଖୋଳା ପାହାଡ଼ ଉପରେ ପଡିଥିବ ତାହେଲେ ନିଶ୍ଚିନ୍ତରେ ଏହାର ପତା ଲଗା ଯାଇ ପାରିବ ।
ସୋମବାର ବାୟୁସେନାର ଏଏନ୍ -୩୨ ଅରୁଣାଚଳ ପ୍ରଦେଶର ମେଂଚୁକା ନିକଟରୁ ନିଖୋଜ ହୋଇଯାଇଥିଲା । ବିମାନଟି ଅସାମର ଜୋରହାଟରୁ ଚୀନ ସୀମାନ୍ତ ମେଂଚୁକାକୁ ଉଡ଼ାଣ କରିଥିଲା । ସୋମବାର ଦ୍ୱିପହରରେ ଉଡାଣ କରିବାର ପାଖାପାଖି ୩୩ ମିନିଟ ପରେ ବିମାନଟି ନିଖୋଜ ହୋଇ ଯାଇଥିଲା । ନିଖୋଜ ହୋଇଥିବା ବିମାନରେ ୧୩ ଜଣ ଲୋକ ଥିଲେ । ସେ ମଧ୍ୟରେ ବାୟୁସେନାର ୬ ଅଧିକାରୀ ଓ ଅନ୍ୟ ୭ ଜଣ ଯବାନ ବସିଥିଲେ ।
ନିଖୋଜ ହୋଇଥିବା ବାୟୁସେନାର ଏଏନ୍-୩୨ ବିମାନର ଏଯାଏ ମିଳିନି ପତ୍ତା
