ଶଶୀକାନ୍ତଙ୍କ ମହତ କାର୍ଯ୍ୟ: ଅସହାୟ ଲୋକଙ୍କୁ ଦେଲେ ରାସନ୍ ସାମଗ୍ରୀ

ଓଡ଼ିଶା

ନବନୀତା ବ୍ୟୁରୋ। ବିଶ୍ବରେ ମହାମାରୀ କରୋନା  ଏବେ ଆତଙ୍କ ସୃଷ୍ଟି କରି ଚାଲିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତାଲା ବନ୍ଦ ନିଷ୍ପତ୍ତି ନେଇଛନ୍ତି। ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି। ଏଥିଯୋଗୁଁ ଖଟିଖିଆ, ଗରିବ, ଅଭାବୀ ଓ ମାନସିକ ବିକୃତ ମଣିଷ ମାନେ ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହାୟତା ହାତ ବଢାଉଛନ୍ତି। ଏଭଳି ସ୍ଥିତିରେ ଚାନ୍ଦବାଲି ଏନଏସି ଅଧିନସ୍ଥ ଶଶୀକାନ୍ତ ଦାସ ବ୍ୟକ୍ତିଗତ ଭାବେ ମଧ୍ୟ ନିଜର ବଦାନ୍ୟତା ପ୍ରକାଶ କରିଛନ୍ତି ।

ଶଶୀକାନ୍ତ ନିଜ ପୁଅ ତଥା ଭଦ୍ରକ ସ୍ଥିତ ଡିପ୍ଲୋମା ଇଂଜିନିୟରିଂ କଲେଜର ଅଧ୍ୟାପକ ଦୁର୍ଗା ପ୍ରସାଦ ଦାସ ଓ ଝିଅ ଓଡିଶା ରାଜ୍ୟ ସଚିବାଳୟର ଏଏସଓ ସୁଚିସ୍ମିତା ଦାସଙ୍କର ଗୋଟିଏ ମାସର ଦରମା ଅର୍ଥରେ ରାସନ ସାମଗ୍ରୀ କ୍ରୟ କରି ଅଭାବୀ , ଖଟିଖିଆ ମଣିଷଙ୍କ ପାଖରେ ଏକ ସପ୍ତାହ ପାଇଁ ପହଞ୍ଚାଇଛନ୍ତି । ଶଶୀକାନ୍ତଙ୍କ ଏଭଳି ମହତ କାର୍ଯ୍ୟକୁ ଲୋକେ ପ୍ରଶଂସା କରିବା ସହିତ ସମସ୍ତେ ଶଶୀକାନ୍ତଙ୍କ ପରି ଅସହାୟଙ୍କ ପାଖରେ ବିପଦ ସମୟରେ ଠିଆ ହୁଅନ୍ତୁ ବୋଲି କହିଛନ୍ତି ।