ନବନୀତା ବ୍ୟୁରୋ। ମାମା ମାମା କାଲିର ଡେଟ କେତେ କହିଲ?ମିସେସ ମିଶ୍ର ସକାଳୁ ସକାଳୁ।ବାଲକୋନିରେ ବସି ଆକାଶକୁ ଅନେଇ ଥାନ୍ତି ,ଏଇଟା ତାକଂର ନିତିଦିନିଆ ଅଭ୍ୟାସ । ପ୍ରତ୍ୟେକ ଦିନ ପ୍ରାୟ ପାଞ୍ଚଟା ସୁଦ୍ଧାଉଠି ନିତ୍ୟକର୍ମ ସାରି ଲେମ୍ବୁପକା ଉଷୁମ ପାଣି ଗିଲାସେ ଧରି କିଛି ସମୟ ପାଇଁ ଏଇଠି ବସି ରହି। ଶୂନ୍ୟ ଆକାଶକୁ ଦେଖିବା..ସତେ ଯେପରି ସୁଦୂର ଗଗନର ସେଇ ଉଦୀପ୍ତମାନ ଅଗ୍ନିପିଣ୍ଡଟି ତାକଂର ଏକାନ୍ତ ନିଜସ୍ଵ ଆଉ ତା ପାଖରେ ସେ ହୋଇଯାନ୍ତି ଏକଦମ ନିସ୍ବ, ନିସହାୟ….କିଛି କ୍ଷଣ ତାକୁ ନିରେଖି ଦେଲେ ସବୁ କଷ୍ଟ ସବୁ ଦୁଃଖ ଯେପରି ତାକଂର ଲୁଚିଯାଏ ସେଇ ଅନନ୍ତ ଦିଦବଳୟରେ ଆଉ ସତେଯେପରି ସୂଯ୍ୟଦେବତା ମଧ୍ୟ ପ୍ରତିଙ୍ଗ୍ୟାବଦ୍ଧ ତାର ସବୁ ଦୁଃଖକୁ ଆପଣେଇବାକୁ ଆଉ ସେଇଥିପାଇଁ ରଜନୀର ଅନ୍ତ ହେଉ ହେଉ ସେ ବିଛ୍ଛାଡି ଦିଅନ୍ତି ତାଙ୍କର ଅସରନ୍ତି ସୁନେଲି ଆଭାକୁ ମିସେସ ମିଶ୍ରଙ୍କ ବାଲକୋନି ରେ…।ମିସେସ ମିଶ୍ରଙ୍କ ଏଇ ଏକାନ୍ତ ଅନ୍ଚରଂଗ ମୁହୂର୍ତ୍ତରେ ବ୍ୟାଘାତ ଘଟେ ଝିଅ ଖୁଶୀର ମାମା ଡାକରେ..ଅପ୍ରତୁସ୍ତ ହୋଇ ଉଠିଲେ ମିସେସ ମିଶ୍ର..।ଝିଅର ପ୍ରଶ୍ନ ମାମାସକାଲିର ଡେଟ ମନେ ଅଛି ନା?ହଁ 8thଏପ୍ରିଲ..କାହିଁ କଣ ଅଛି କାଲି,ଯଉଥିପାଇଁ ତୁ ଏତେ ସକାଳୁ ସକାଳୁ ଉଠି ବ୍ୟସ୍ତ ହେଇଯାଉଛୁ ।ଆରେ ମାମା।କାଲି ପରା।ପାପାଙ୍କ ହାପି ବାର୍ଥ ଡେ..ମୁ ପରା କ୍ୟାଲେଣ୍ଡରରେମାର୍କ କରି ରଖିଛି,କଣ କରିବା..କେମିତି ସେଲିବ୍ରେସନ କରିବା କୁହତ..ପ୍ରଶ୍ନ ଉପରେ ପ୍ରଶ୍ନ ସହିତ ଏକପ୍ରକାର ହଲେଇ ଚାଲିଥାଏ ମୋତେ ..ବିରକ୍ତି ଲାଗୁଥିଲେ ବି ହଠାତ ଧ୍ୟାନରେ ଆସିଲା ଆରେ ହଁତ କାଲି ତ ମି.ଙ୍କର ବାର୍ଥ ଡେ..ଏ କରୋନା ପାଇଁ ବନ୍ଦୀ ଜୀବନ କାଟିକାଟିସତେ।ଯେପରି ମନମସ୍ତଷ୍କ।ବି ବନ୍ଦୀ ହେଇଗଲେଣି ସବୁ ଭୂଲିହେଇ ଯାଉଛି.. ପୁନ୍ରବାର ଝିଅର ପ୍ରଶ୍ନ ବାଣରେ ସଚେତ ହେଲେ ମିସେସ ମିଶ୍ର।ହଁ।ଲୋ ମା।ମନେ ଅଛି।ହେଲେ କଣ କରିବା ଏବେ ତ ସବୁ ବନ୍ଦ ,କେମିତି ସେଲିବ୍ରେଟ କରିବା ?? ଥାଉ ଏ ବର୍ଷ କିଛି କରିହେବନି….।।ନା ନା ମାମା ପ୍ଲିଜ ଆମେ ଘରେ କରିବା।ତୁମେ।କେକ ବନେଇଦବ ବାସ୍ ଆଉ ମୁଁ ପାପାପାଇଁ କାର୍ଡ ତିଆରି କରିଦେବି ଆଉ ଆମେ।ପାପା ଙ୍କୁ ଆଜି ରାତି ବାରଟାରେ ସରପ୍ରାଇଜ ଦେବା ।।OK. Done.. କହିଦେଇ ନା ଏକପ୍କକାର ଅର୍ଡର ଦେଇ ଖୁସିରେ ଡେଇଁଡେଇଁ ଚାଲିଗଲାତା ପ୍ଲାନର କାହାଣୀ ଶୁଣେଇବାକୁ ତାର ଏକମାତ୍ର କୋରୋନା ସମୟର ସାଥୀ ତାର କୁନି ଭଉଣୀ (ଏକ ବର୍ଷର)ନିସି କୁ..।।ବାସ ଦ୍ବିପ୍ରହର ଲଂଚ ପରେ ପାପାଙ୍କୁ ଲୁଚେଇ ମିସେସ ମିଶ୍ର ଲାଗିପଡିଲେ ସ୍ବାମୀଙ୍କ ପାଇଁ ସରପ୍ରାଇଜ ପ୍ଲାନରେ ।ସେ ନିଜେ ବି ବହୁତ ଖୁସୀ ଥିଲେ କାରଣ ସେ ନିଜେ ହି ଏସବୁ ବହୁତ ଆଗରୁ ଚିନ୍ତା କରିଥିଲେ ।ବିଗତ ବର୍ଷର ବେଲୁନ ,କ୍ୟାଣ୍ଡେଲ ଯାହା ସାଇତା ଥିଲା।ସେସବୁରେ ମାଝିଅ ମିଶି ଗୋଟେ ରୁମକୁ ସଜେଇ ଲକ୍ କରି।ରଖିଦେଲେ ତାକି।ପାପା।ନ ଯାଇ ପାରନ୍ତୁ । ରୀତି ବାର..ଡୀନର ପରେ ମି.ମିଶ୍ର T. v ଦେଖୁଥିଲେ ମିସେସ ମିଶ୍ର ଟାଣିଟାଣି ମି ମୀଶ୍ରଙ୍କ ଆଖି ବନ୍ଦ କରି ନେଲେ ପୂର୍ବ ସଜ୍ଜିତ ରୁମ୍ କୁ … ରୁମରେ ପହଞ୍ଚନ୍ତେ ହାପି ବାର୍ଥ ଡେ ପାପା. କହି ତାଳି ମାରି ନିଚିଉଠିଲୋ କୁନି ଝିଅ ଦୁଇଟି । ମି.ମିଶ୍ର ବି ଆତ୍ମବିଭୋର ହୋଇଉଠି ପଚାରନ୍ତେ ଆରେ ଲକ୍ଡାଉନରେ ଏତେସବୁ ଆରେଞମେଣ୍ଟ କେମିତି କଲ ??ନା ନା।ପାପା ସବୁ।ମାମା।କରିଛନ୍ତି ଆଇଡିଆ।କରି।।our mama is best..ମି ମିଶ୍ର।ଖୁସିରେ।କୋଳେଇ।ନେଲେ ମୀସେସ ମିଶ୍ରଙ୍କୁ..କାନ ପାଖରେ ଫିସଫିସ ଆବାଜରେ ଥ୍ୟାଙ୍କ ୟୁ ,ତୁମ ପରି ସ୍ତ୍ରୀ ପାଇ ମୁଁ ବହୁତ ଖୁସୀ ..ଆଇ ଲଭ୍ ୟୁ ଭେରି ମଚ୍ …।ଅମାନିଆ ଲୁହ ଦୁଇ ଧାର ବୋହି ଯାଇଥିଲା ମିସେସ ମିଶ୍ର ଙ୍କ ଆଖିରୁ …. ଏଇଟାତ ଥିଲା ଆନନ୍ଦାଶ୍ରୁ ।।।
***********
(୨)
ସେଇ ନିତିଦିନିଆ ଅଭ୍ୟାସ ବଡି ଭୋରରୁ ଉଠି ଦୀନକର ଙ୍କୁ ଦେଖିବା ….ତାପରେ ନିତ୍ୟକର୍ମ ସାରି ଦିନଚର୍ଯ୍ୟାରେ ଲାଗିଯିବା ..ସବୁଦିନିଆ ଅଭ୍ୟାସ ମିସେସ୍ ମିଶ୍ର ଙ୍କର ..।ଆଉ ତା ସହିତକୁ ଏ ଲକଡାଉନ ….।ଲକଡାଉନରେ ଘରର ଚାରିକାନ୍ଥ ଭିତରେ ରହିବାଟା ଯେପରି ବାଧ୍ୟତା
ମୂଳକ ହେଇଯାଇଛି ଘର ଲୋକଙ୍କର ପାଚନଶକ୍ତିକୁ ମଧ୍ୟ ଯେପରି ବଢେଇବାକୁ ବାଧ୍ୟକରି ଦେଇଛି ଏ ଲକଡାଉନ। ସକାଳଠୁ ସଂଜ ପିଲାଙ୍କର ଫରମାଇସ ମାମା ଆଜି ବରଗର, ମାମା ଆଜି ଗୁପଚୁପ, ଇତ୍ୟାଦି ଇତ୍ୟାଦି ଆଉ ତା ସହିତ ମି.ମିଶ୍ର ବି କମ ଖାଦ୍ୟ ଲୋଭି ନୁହନ୍ତି …ଶୁଣ ଆଜି ଟିକେ।ମସାଲି ନାନ କରନ୍ତନି.. ? ତୁମେ ନା ଢୋକଲା ବହୁତ ସ୍ବାଦିଷ୍ଟ କର …।ବାସ୍ ସାଗେଂ ସାଗେଂ ମିସେସ ମିଶ୍ର ଖୁସିରେ ଫାଟିପଡନ୍ତି..ଆଉ ସଗ୍ରାହେ ରେଡି ହୋଇଯାନ୍ତି ସମସ୍ତଙ୍କର ସବୁ ଇଛ୍ଛା ପୂରା କରିବାକୁ… ବହୁତ ଭଲପାଆନ୍ତି ସେ ତାଙ୍କ ସ୍ବାମୀ୍ଙ୍କୁ…। .ସବୁ କ୍ଷେତ୍ରରେ ସେ ଚେଷ୍ଟା କରନ୍ତି ସ୍ବାମୀଙ୍କୁ ଖୁସି କରିବାକୁ ..।।ଆଉ ଏଇ ଚେଷ୍ଟା ପ୍ରଚେଷ୍ଟା ଭିତରେ ହଠାତ୍ ସଂଧ୍ୟା ୮ଟାରେ ତାଙ୍କର ମନେ ପଡିଛି ଆରେ କାଲି ଯେ ୨୫ଏପ୍ରିଲ. ତାଙ୍କର ବିବାହ ବାର୍ଷିକି ।ଆତ୍ମ ବିଭୋର ହୋଇ ଉଠିଲେ ସେ ,ମନେ ମନେ ଉତ୍ଫୁଲିତ ହେଲେ …ମି.ଙ୍କର ମନେ ନାହି ବୋଧେ।..ହଉ ଏଇଆ ଭାବି ମନେ ପକାଇଦେବା ଆଳରେ ସ୍ବାମୀଙ୍କୁ ପଚାରିଲେ ଆଛାକାଲିର ଡେଟ୍ କେତେ ?୨୫ ତାରିଖ ପରା ..କଣ କୋରୋନା ରେ ମେମୋରି ବି ଲସ ହେଲାଣି କି ତୁମର ??ନା କହି ଚୁପ୍ ହୋଇଗଲେ।ରୀତ୍ରି ଭୋଜନ ପରେ ମିଂ ମିଶ୍ର ଟି.ଭି ଦେଖନ୍ତି ଅନେକ ରାତି ଯାଏଁ।ଆଉ ମିସେସ ମିଶ୍ର ମୋବାଇଲ ଘାଣ୍ଟୁ ଘାଣ୍ଟୁ ନିଦ୍ରାଯାନ୍ତି ଆଜି କିନ୍ତୁ ନିଦ ନାହି ଆଖିରେ।କିଛିଟା ଖୁସି କିଛିଟା ଆଗ୍ରହ ନେଇ ଅନ୍ୟମନସ୍କ ହୋଇ ମୋବାଇଲକୁ ଦେଖୁଥାନ୍ତି ।।ଟନଟନ ୧୨ଟା ର ସଙ୍କେତ ଦେଲା କାନ୍ଥ ଘଣ୍ଟା …..୧୨ଟା ୦୧..୧୨ ଟା ୦୨ ..୧୨ଟା।୦୬।ରେ ଫୋନ ରିଂ କଲେ ମିସେସ ମିଶ୍ର ମି.ମିଶ୍ରଙ୍କୁ … ବେଡରୁମରୁ ଫୋନ ରିଂ ଡ୍ରଇଂ ରୁମକୁ ଆସୁଛି !!!…ମିଂ ଙ୍କର ହ୍ୟାଲୋ ଶୁଣିସ୍ତବ୍ଧ ହୋଇଗଲେ କଣ ହେଲା ?ଟିକେ।ଶାନ୍ତିରେ ଟି.ଭି।ବି ଦେଖିବାକୁ ଦବନି ନା କଣ?? ନାଇଁ ହାପି ମ୍ୟାରେଜ ଆନିଭରସରି କହିବାକୁ କଲ କରିଥିଲି …..ଓ ହୋ ….ହଉ ସେମ ଟୁ ୟୁ .. କହି ଫୋନ କାଟିଦେଇଥିଲେ ମି ମିଶ୍ର ..। ସବୁ ଆବେଗ ପାଣି ଫୋଟକା ପରି ମିଳେଇ ଯାଇଥିଲା …କିଛି ପୁରୁଣା ସ୍ମୃତି ଅଚାନକ ମନେ ପଡି ଯାଇଥିଲା …ପ୍ରଥମ ବିବାହ ବାର୍ଷିକୀର କଥା ..ଖୁସିରେ ପାଦତଳେ ଲାଗୁ ନଥିଲା ପୂଜାଙ୍କର ଏମିତି ହେବ ସେମିତି ହେବ ଏଇ ଆଶାରେ ହିଁ ମନଭିତରେ ଏକପ୍ରକାର କୁତୁକୁତୁପଣର ଅନୁଭବ ସାରାଦିନ ମନରେ ରହିଗଲା ଆଶା ହୋଇ ..।ଦିନ ଯାଇ ରାତି ହେଲା ସବୁକାମ ସାରି ବେଡକୁ ଆସିଲା ବେଳକୁ ମି.ଗଭୀର ନିଦ୍ରାରେ କିନ୍ତୁ ଚିରାଚରିତ କାହାଣୀ ପରି ଯେତେ ନିଦରେ ଥିଲେ ବି ମି.ଙ୍କର ଶରୀର ସୋଇ ନଥାଏ ଯେପରି ଭିଡି ନିଅନ୍ତି ଛାତି ଉପରକୁ ଆଉ ମିସେସ ମିଶ୍ରଙ୍କର ଶରୀରକୁ ମନଭରି ଉପଭୋଗ କଲାପରେ ଆଡେଇଦେଇ ପରମ ଶାନ୍ତିରେ ନିଦ୍ରାଯାନ୍ତି …।ଏଇଟା ମିସେସ ମିଶ୍ରଙ୍କର ର ନିତି ଦିନିଆ ଘଟଣା ଆଉ।ଏଇ ଘଟଣା ସହ ନିଜକୁ ଆଡଜଷ୍ଟ ହି କରିସାରିଛନ୍ତି ଏଇ ମନ୍ତ୍ରରେ ଯେ ତାଙ୍କର ସ୍ବାମୀଙ୍କର ସବୁ ଇଛ୍ଛା ଅନିଛ୍ଛାକୁ ପୂରା କରିବା ତାଙ୍କର ଦାୟିତ୍ବ ।କିନ୍ତୁ ଆଜି ଯେ ତାଙ୍କର ବିବାହ ବାର୍ଷକୀ ଆଜି ….ନିରାଶ ମନରେ ବେଡକୁ ଗଲେ (ସବୁ ବର୍ଷ ପରି ଏବର୍ଷ ବି ପାଣିଫୋଟକା ପରିମିଳେଇ ଗଲା ତାଙ୍କର ସବୁ ଆଶା)ହେଲେ ମନ ଆକାଶ ଘୋଡାରେ ଲଗାମ କଣ କେହି ଲଗେଇ ପାରିଲାଣି ଯେ ଲଗେଇବ ?
ଆଗ୍ରହ ନ ଥାଇ ବି ସେ କହିଲେ ଜାଣିଛ ଆଜି ହେଉଛି ୨୫ ଏପ୍ରିଲ ….. । ତତକ୍ଷଣାତ ମି.ମିଶ୍ରଙ୍କର ରିପ୍ଲାଇ ଆରେ ହଁ ତ ମୁଁ ତ ଭୂଲିଯାଇଥିଲି ଟିକେ ମନେ ପକାଇ ଦେଇନଥାନ୍ତ?କିଛି ଗିଫ୍ଟ ଦରକାର ଥିଲାକି!ହ ହଉ ନେକ୍ସ୍ଟ ଇୟର ଡବଲ ଦେଇଦେବା । କିନ୍ତୁ ଆଜି ମୋ ବାରି…..ଆସନା …ୟାଠୁ ବଳି ଭଲ ସେଲିବ୍ରେସନ କଣ କିଛି ଥାଇପାରେ …………।ମି.ତ ଶୋଇଗଲେ ମନ ମୁତାବକ ଗିଫ୍ଟ ନେଇ , ରାତିସାରା କିନ୍ତୁ ଭିଜିଥିଲା ତକିଆ ଆଖିର ଲୁହରେ ……….।ଆରେ ଭୂଲିଗଲି ,ହଁମ ଏଟାତ ପ୍ରତିବର୍ଷ ଆସୁଛି,ଆମେ କ’ଣ ନବବିବାହିତ?ବିତିଗଲା ୧୨ବର୍ଷ …..ହେଲେ ଆଜି ପୁଣି ଆସିଛି ମି.ମିଶ୍ର ଙ୍କର ଅବାନ୍ଛିତ ଆଉ ମିସେସ ମିଶ୍ରଙ୍କର ବହୁ ପ୍ରତିକ୍ଷିତ ସୁଦିନ….ଆଜି ୨୪ ଏପ୍ରିଲ ..ରାତିପାହିଲେ ୨୫ ,..!।ସବୁକାମ ସାରି ବେଡରେ ମୋବଇଲ ଦେଖି ଏକରକମ ଅପେକ୍ଷା କରିଥାନ୍ତି ଯେପରି କିଛିଟାକୁ
….ଟନଟନଟନ ୧୨ଟା ବାଜିଗଲା …. ସବୁ ଜାଣିବି …ଏକ ଅଜୀବ ସା ରୋମା୍ଂଚ ମିସେସ ମିଶ୍ର ଙ୍କ ମନରେ …୧୨ଟା ୦୧ ୧୨ଟା ୦୨ …୧୨ଟା ୦୬ ରେ ଅସମ୍ଭଳା ହୋଇ ଫୋନ ରିଂ କଲେ ମି.ମିଶ୍ରଙକୁ ଯେ… ଡ୍ରଇଁ ରୁମରୁ ଫୋନ ରିଂ ବେଡ… ଡ୍ରଇଁ ରୁମରୁ ଫୋନ ରିଂ ବେଡ ରୁମକୁ ଆସୁଛି …ମିଂ ଙ୍କର ହ୍ୟାଲୋ ଶୁଣିସ୍ତବ୍ଧ ହୋଇଗଲେ କଣ ହେଲା ?ଟିକେ।ଶାନ୍ତିରେ ଟି.ଭି ବି ଦେଖିବାକୁ ଦବନି ନା କଣ?? ନାଇଁ ହାପି ମ୍ୟାରେଜ ଆନିଭରସରି କହିବାକୁ କଲ କରିଥିଲି …..ଓ ହୋ ….ହଉ ସେମ ଟୁ ୟୁ .. କହିଫୋନ କାଟିଦେଇଥିଲେ ମି ମିଶ୍ର ..।ଟିକେ ପରେ ଏସ ଏମ ଏସ ଟେ ପାଇଲେ ହ୍ବାଟସଆପରେ ହାପି ମ୍ୟାରେଜ ଆନିଭରସରି ……….ଆମ କମିଙ୍ଗ ………. ।ମେସେଜ ପଢି ବୋହି ଯାଇଥିଲା ଦୁଇଧାର ଲୁହ ଦୁଇ ନୟନରୁ ……. ।
( ପାଠକେ ଚିନ୍ତା କରନ୍ତୁ ଏଟା କିପ୍ରକାର ଲୁହ )
‐ ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର‐୧୬, ରାଉରକେଲା

Really worth reading.I appreciate the way you efforts.😍😍