ନବନୀତା ବ୍ୟୁରୋ। ଦିଲ୍ଲୀ ସାକେତ୍ ସ୍ଥିତ ମ୍ୟାକ୍ସ ମେଡିକାଲର ୩୯ କର୍ମଚାରୀଙ୍କୁ କ୍ୱାରନଟିନକୁ ପଠା ଯାଇଛି। ସମସ୍ତ କର୍ମଚାରୀ ଦୁଇ ଜଣ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।
ଏକାନ୍ତବାସରେ ପଠା ଯାଇଥିବା ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସାମିଲ୍ ଅଛନ୍ତି। ଯେଉଁ କରୋନା ସଂକ୍ରମିତ ବେମାରୀଙ୍କ ସଂସ୍ପର୍ଶରେ ଆସି ମେଡିକାଲ କର୍ମଚାରୀ ସଂକ୍ରମଣ ହେବା ସନ୍ଦେହ କରାଯାଉଛି ସେ ଦୁହେଁ ହୃଦୟ ରୋଗର ଚିକିତ୍ସା ପାଇଁ ମ୍ୟାକ୍ସ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ପ୍ରଥମରୁ ତାଙ୍କର କରୋନା ପଜିଟିଭ୍ ଥିବା କଥା ସାମନାକୁ ଆସିନଥିଲା। କିନ୍ତୁ ପରେ କରୋନା ପଜିଟିଭ୍ ଥିବା ସ୍ପଷ୍ଟ ହୋଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ ଯାଞ୍ଚ୍ ଆରମ୍ଭ କରା ଯାଇଛି।
ଏହି ସବୁ ୩୯ କର୍ମଚାରୀଙ୍କ କରୋନା ଯାଞ୍ଚ୍ ହେବ। ଏନେଇ ମେଡିକାଲ ପକ୍ଷରୁ କୁହାଯାଇଛି ଯେ ମୋଟ ୩୯ ଲୋକ ମେଡିକାଲର। ଏବଂ ସମସ୍ତ କର୍ମଚାରୀଙ୍କୁ ଏକାନ୍ତବାସ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମ୍ୟାକ୍ସ ମେଡିକାଲର ୩୯ କର୍ମଚାରୀ କ୍ୱାରିନଟିନ୍,ଦୁଇ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ
