ଭାରତୀୟ ଅର୍ଥବ୍ୟବସ୍ଥାକୁ କରୋନା ଝଟକା, ୨୦-୨୧ରେ ବୃଦ୍ଧି ଦର ୨.୮% କୁ ଖସିବ

ଦେଶ ଓ ବିଦେଶବଡ଼ ଖବର

ନବନୀତା ବ୍ୟୁରୋ। କରୋନା ଭୂତାଣୁ ଯୋଗୁଁ ସାରା ଦେଶ ଲକ୍ ଡାଉନ୍ ରହିଛି। ଏଥିଲାଗି ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଜବରଦସ୍ତ ଝଟକା ଲାଗିଛି। ଏପରିକି ୨୦୨୦-୨୧ ରେ ବୃଦ୍ଧି ଦର ହ୍ରାସ ପାଇ ୨.୮% ରହିବ ବୋଲି କହିଛିି ବିଶ୍ବବ୍ୟାଙ୍କ।
ବିଶ୍ବବ୍ୟାଙ୍କ କହିଛିି ଯେ,ମହାମାରୀ କରୋନା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଜବରଦସ୍ତ ଝଟକା ଦେଇଛି। ଏହାଦ୍ବାରା ଦେଶର ଆର୍ଥିକ ବୃଦ୍ଧି ଦର ହ୍ରାସ ପାଇବ। ବିଶ୍ବବ୍ୟାଙ୍କ ରବିବାର ଦକ୍ଷିଣ ଏସିଆର ଅର୍ଥ ବ୍ୟବସ୍ଥାର ସ୍ଥିତି ଉପରେ ଆକଳନ କରି କହିଥିଲେ କି, ୨୦୧୯-୨୦ରେ ଭାରତୀୟ ଅର୍ଥ ବ୍ୟବସ୍ଥାର ବୃଦ୍ଧି ଦର ହ୍ରାସ ପାଇ ୫ ପ୍ରତିଶତ ରହିବ।
ଏହା ବ୍ୟତୀତ ୨୦୨୦-୨୧ରେ ଅର୍ଥ ବ୍ୟବସ୍ଥାର ବୃଦ୍ଧି ଦର ହ୍ରାସ ପାଇବ। ଏପରିକି ବୃଦ୍ଧି ଦର କମି ୨.୮ ପ୍ରତିଶତରେ ରହିଯିବ। ରିପୋର୍ଟରେ କୁହା ଯାଇଛି କି, କରୋନା ଝଟକା ଏଭଳି ସମୟରେ ଲାଗିଛି, ଯେତେବେଳେ ମାନ୍ଦାବସ୍ଥା ଯୋଗୁଁ ଭାରତୀୟ ଅର୍ଥ ବ୍ୟବସ୍ଥା ଆଗରୁ ହିଁ ମନ୍ଥର ରହିଛି।
ଏହାର ନିୟନ୍ତ୍ରଣ ଲାଗି ସରକାର ସାରା ଦେଶରେ ଲକ୍ ଡାଉନ୍ କରିଛନ୍ତି। ଲୋକଙ୍କ ଯିବା ଆସିବା ବନ୍ଦ ହେବା ସହ ମାଲ ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ, କରୋନା ଯୋଗୁଁ ଘାରୋଇ ଯୋଗାଣ ଓ ଆବଶ୍ୟକତା ପ୍ରଭାବିତ କାରଣରୁ ୨୦୨୦-୨୧ରେ ଆର୍ଥିକ ବୃଦ୍ଧି ଦର କମି ୨.୮ ପ୍ରତିଶତ ରହିବ। ବିଶ୍ୱସ୍ତରରେ ସଙ୍କଟ ବୃଦ୍ଧି ଯୋଗୁଁ ଘରୋଇ ନିବେଶରେ ସୁଧାର ଆସିବା ପାଇଁ ମଧ୍ୟ ସମୟ ଲାଗିବ।