ଏପ୍ରିଲ ୩୦ ଯାଏ ଲକ୍ ଡାଉନ୍ ବୃଦ୍ଧି କରିଥିବା ଓଡ଼ିଶା ପ୍ରଥମ ରାଜ୍ୟ, ଜୁନ ୧୭ ଯାଏ ସ୍କୁଲ କଲେଜ ବନ୍ଦ

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ, ଭୁବନେଶ୍ୱର। ଏପ୍ରିଲ ୩୦ ଯାଏ ବଢିଲା ଲକ୍ ଡାଉନ୍। ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରିଥିବା ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। କରୋନା ମୁକାବିଲା ନେଇ ଦୃଢ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି ରାଜ୍ୟ କ୍ୟାବିନେଟ।ଏଥିସହ ଜୁନ ୧୭ ତକ୍ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ନବୀନ। ତାସହ ୩୦ ଏପ୍ରିଲ ଯାଏ ରେଳ ଓ ବିମାନ ସେବା ବନ୍ଦ ରଖିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି।


ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସସିଂ ଜରିଆରେ କ୍ୟାବିନେଟ୍ ବୈଠକ ବସିଥିଲା। କ୍ୟାବିନେଟ୍ ନିଷ୍ପତି ଅନୁସାରେ ଓଡ଼ିଶାରେ ଲକ୍ ଡାଉନ୍ ସମୟ ସୀମା ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟବାସୀଙ୍କୁ ଏକ ଭିଡିଓ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ ଶତ୍ରୁ ବୋଲି ଆଖ୍ୟା ଦେବା ସହ ଲକ୍ ଡାଉନକୁ ସମର୍ଥନ ଜଣାଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି।
ଜାଣନ୍ତୁ ନବୀନ ପଟ୍ଟନାୟକ ଆହୁରି କଣ କଣ କହିଛନ୍ତି।