ବବିଙ୍କୁ ଗୁରୁ ଦାୟିତ୍ଵ: ସାଂଗଠନିକ ସଂପାଦକ ହେଲେ ୟଙ୍ଗ ବ୍ରିଗେଡ୍

ଓଡ଼ିଶାବଡ଼ ଖବରରାଜନୀତି

ନବନୀତା ବ୍ୟୁରୋ। ବବି ଦାସଙ୍କୁ ନୂଆ ଦାୟିତ୍ଵ। ବିଜେଡ଼ି ସାଂଗଠନିକ ସମ୍ପାଦକ ଦାୟିତ୍ଵ ପାଇଲେ ବିଧାୟକ ପ୍ରଣବ ପ୍ରକାଶ ଦାସ। ଏବେ ଦଳର ସବୁ ସଂଗଠନର ଇନ୍ ଚାର୍ଜ ରହିବେ ବବି। ବିଜୁ ଜୟନ୍ତୀ ଅବସରରେ ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳ ପାଇଁ କଠିନ ପରିଶ୍ରମ କରୁଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଉପହାର ଦେଇଛନ୍ତି।

ଗତ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳ ପାଇଁ ବହୁ ପରିଶ୍ରମ କରିଛନ୍ତି ପ୍ରଣବ। ଦଳର ସାଙ୍ଗଠନକୁ ମଜବୁତ୍ କରିବା ପାଇଁ ସେ ଅହରହ ଉଦ୍ୟମ ଚଳାଇଛନ୍ତି। ତାଙ୍କ ପ୍ରଚେଷ୍ଟା ବଳରେ ଦଳ ଆଜି ସାରା ରାଜ୍ୟରେ ଆହୁରି ସୁଦୃଢ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ପାଟକୁରା ଓ ବିଜେପୁର ଉପନିର୍ବାଚନରେ ତାଙ୍କ ପରିଶ୍ରମ ଯୋଗୁଁ ଦଳ ବିଜୟୀ ହେବାରେ ସକ୍ଷମ ହୋଇଥିଲା। ଏପରିକି ବିଜେଡ଼ି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବା ପାଇଁ ପ୍ ପ୍ରାଣମୂର୍ଚ୍ଚା ଉଦ୍ୟମ କରିଥିଲେ ବବି ଦାସ। ତାର ପରିଶ୍ରମର ଫଳ ଆଜି ପୁରସ୍କାରସ୍ୱରୂପ ପାଇଛନ୍ତି ପ୍ରଣବ ପ୍ରକାଶ ଦାସ।

ପାୱାର କରିଡ଼ରରେ ଦବଦବା ଜାହିର ରଖିଥିବା ବବି ଏବେ ପାୱାର ନମ୍ବର ୨ ଭାବେ ବିବେଚନା କରାଯାଉଛି। ପୂର୍ବରୁ ସବୁ କାର୍ଯ୍ୟ ବୁଝୁଥିବା ବବିଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଗୁରୁ ଦାୟିତ୍ଵ ଦେଇଛନ୍ତି। ତେବେ ଜଣେ ପରିଶ୍ରମି ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯାଇଥିବାରୁ ଦଳ ଆହୁରି ମଜବୁତ୍ ହେବ ବୋଲି ବିଜେଡ଼ି ମହଲରେ ଚର୍ଚ୍ଚା ହେଉଛି।